୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ

164

-ଯକ୍ଷ୍ମା ରୋଗ ବିରୁଦ୍ଧରେ ଜନଆନ୍ଦୋଳନ ଶୁଭାରମ୍ଭର ସମୀକ୍ଷା କରିବାକୁ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ:କୌଣସି ପକ୍ଷର ସମର୍ଥନ (ଆଡଭୋକାସି), ଯୋଗାଯୋଗ ଏବଂ ସାମାଜିକ ପ୍ରସ୍ତୁତି (ଇଉଝଗ) ସହିତ ଯକ୍ଷ୍ମା ବିରୁଦ୍ଧରେ ଜନଆନ୍ଦୋଳନ ଆରମ୍ଭ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ଅନ୍ୟାନ୍ୟ ବିକାଶ ସହଭାଗୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ପ୍ରାରମ୍ଭରେ, ଡକ୍ଟର ହର୍ଷ ବର୍ଦ୍ଧନ ଯକ୍ଷ୍ମା ରୋଗର ମୁକାବିଲା ପାଇଁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ୟ୍ୟକ୍ରମ (ଘଞଋଚ) ଅଧିନରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ବର୍ଣ୍ଣନା କରିଥିଲେ ଯାହା ଉଭୟ ଦୃଢ ନିଶ୍ଚିତ଼ କାର୍ୟ୍ୟ ଏବଂ ସମ୍ବଳର ସାହସିକ ପ୍ରତିଶ୍ରୁତି ଦ୍ୱାରା ସମର୍ଥିତ ଥିଲା । ଆମେ ୨୦୨୧କୁ ଯକ୍ଷ୍ମା ବର୍ଷ ଭାବେ ପାଳନ କରିବାକୁ ଚାହୁଁଛୁ ବୋଲି ମନ୍ତ୍ରୀ କହିବା ସହିତ ସମସ୍ତ ରୋଗୀଙ୍କୁ ସୁନିଶ୍ଚିତ କରିବାର ଅତୁଳନୀୟ ଅଗ୍ରଗତି ବିଷୟରେ ବର୍ଣ୍ଣନା କରିଛନ୍ତି, ସେମାନଙ୍କର କେଉଁଠାରେ ଯତ୍ନ ନିଆଯାଉଛି, ବିଗତ କିଛି ବର୍ଷ ମଧ୍ୟରେ ବିନା ମୂଲ୍ୟରେ, ଉଚ୍ଚମାନର ଯକ୍ଷ୍ମା ଚିକିତ୍ସା ଗ୍ରହଣ କରିଛନ୍ତି ଏବଂ ସେ ତାଙ୍କର ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯାହାକି ସେବା ପାଇଁ ଅଧିକ ଚାହିଦା ସୃଷ୍ଟି, ରୋଗକୁ କଳଙ୍କମୁକ୍ତ କରିବା ସହିତ ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ।

ଏହି ରୋଗର ମୁକାବିଲା ପାଇଁ ନୂତନ ଆଭିମୁଖ୍ୟର ଗୁରୁତ୍ୱ ତଥା ଯକ୍ଷ୍ମା ମୁକ୍ତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ତ୍ୱରିତ ତଥା ନିରନ୍ତର ଧ୍ୟାନର ଆବଶ୍ୟକତା ଉପରେ ମନ୍ତ୍ରୀ କହିଛନ୍ତି, ଜାତୀୟ ଯକ୍ଷ୍ମା ନିରାକରଣ କାର୍ୟ୍ୟକ୍ରମ ଯକ୍ଷ୍ମା ପରିଚାଳନା ଓ ସେବା ପ୍ରଦାନକୁ ଆହୁରି ମଜବୁତ କରିବା ପାଇଁ ଉଦ୍ୟମ ଜାରି ରଖିଛି । ଯେତେବେଳେ ବହୁ ସଂଖ୍ୟାରେ ଲୋକେ ଗଣତନ୍ତ୍ରର ମହତ୍ୱ ଏବଂ ଜନ ଆନ୍ଦୋଳନର ଆବେଗ ଜରିଆରେ ସଚେତନତା ସୃଷ୍ଟି କରିବା, ସେମାନଙ୍କ ସମ୍ପ୍ରଦାୟ ମଧ୍ୟରେ ସ୍ୱାସ୍ଥ୍ୟସେବାକୁ ଉତ୍ସାହିତ କରିବା ଏବଂ ଯକ୍ଷ୍ମା ରୋଗର କଳଙ୍ଗ ବିରୁଦ୍ଧରେ ଆନ୍ଦୋଳନ କରିବେ ସେତେବେଳେ ଏହି ରୋଗ ବିରୁଦ୍ଧରେ ହେଉଥିବା ଆନ୍ଦୋଳନ ସଫଳ ହେବ । ସର୍ବାଧିକ ଲୋକଙ୍କ ନିକଟରେ ତୁରନ୍ତ ପହଞ୍ଚିବା, ଯକ୍ଷ୍ମା ପ୍ରତିକ୍ରିୟାର ବିଭିନ୍ନ ପର୍ୟ୍ୟାୟରେ ସମ୍ପ୍ରଦାୟ ଏବଂ ଗୋଷ୍ଠୀର ସମ୍ପୂର୍ଣ୍ଣ ଅଂଶଗ୍ରହଣ ଏବଂ ସହଯୋଗକୁ ସୁନିଶ୍ଚିତ କରିବା ତାଙ୍କ ମାନସସନ୍ତାନ କାର୍ୟ୍ୟକ୍ରମର ମୂଳଦୂଆ ବୋଲି ଦର୍ଶାଇଥିଲେ ।

ଉଙଠଓଊ-୧୯ ପରିଚାଳନାର ଅଭିଜ୍ଞତାର ଦୃଷ୍ଟି ଆକଷଣ କରି ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଭାରତ କେବଳ ମହାମାରୀର ମୁକାବିଲା କରିନାହିଁ, ବରଂ ସମାଧାନ, ନିରାକରଣ ଏବଂ ଟିକା କ୍ଷେତ୍ରରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି । ମହାମାରୀ ସଠିକ ସୂଚନା ପ୍ରଦାନ, ବ୍ୟବହାର ଏବଂ ପରିଷ୍କାର ପରିଚ୍ଛନ୍ନତା ସଂକ୍ରାନ୍ତରେ ଦୃଢ ବାର୍ତ୍ତା ପ୍ରଦାନ କରିଛି । ଅନୁରୂପ ଭାବେ ଦେଶ ବ୍ୟାପି ଯକ୍ଷ୍ମା ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହିତ ସତର୍କତାମୂଳକ ଆଚରଣ ଉପରେ ସଚେତନତା ସୃଷ୍ଟି କରିପାରିବ । ପୋଲିଓ ବିରୋଧରେ ସଚେତନତା ସୃଷ୍ଟି କରିବାରେ ସେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିଥିବା ପଦକ୍ଷେପକୁ ମନେ ପକାଇଥିଲେ ଯେଉଁଥିରେ ପଡୋଶୀ ଔଷଧ ଦୋକାନଗୁଡ଼ିକ ଅଂଶଗ୍ରହଣ କରିଥିଲେ ।

ସେ ଜାତୀୟ ବୈଷୟିକ ସହାୟତା ୟୁନିଟ୍ (ଘଞଝଟ)ରେ ବିଚାର ବିମର୍ଶ କରିଥିଲେ ଯାହା ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସମର୍ଥନ ପାଇଁ ବିକାଶ ସହଭାଗୀମାନଙ୍କ ସହଯୋଗରେ ପ୍ରତିଷ୍ଠା କରାଯିବାକୁ ପ୍ରସ୍ତାବ ଦିଆଯାଇଛି ଯହା ଯକ୍ଷ୍ମା କାର୍ୟ୍ୟକ୍ରମ ଅଧୀନରେ ଉପଲବ୍ଧ ସେବାଗୁଡିକ ଉପରେ ସଚେତନତା ସୃଷ୍ଟି କରିପାରିବ ।

ଏଥିରେ ଯୋଗଦେଉଥିବା ଯକ୍ଷ୍ମା କାର୍ୟ୍ୟକ୍ରମ ସହିତ ଜଡିତ ବିକାଶ ସହଭାଗୀମାନେ ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କ କାର୍ୟ୍ୟର ପ୍ରଭାବକୁ ଅବତାରଣା କରିଥିଲେ ଏବଂ ପ୍ରସ୍ତାବିତ ଜନ ଆନ୍ଦୋଳନକୁ ସମର୍ଥନ କରିବାକୁ ସେମାନଙ୍କର ଯୋଜନା ବାଣ୍ଟିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଶ୍ରମତୀ ଆରତୀ ଆହୁଜା, ଡକ୍ଟର ସୁନୀଲ କୁମାର, ଊଏଐଝଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭାରତୀୟ ପ୍ରତିନିଧି ଡକ୍ଟର ରୋଡିକୋ ଅଫରିନ୍‍ ଏବଂ ଈଗଏୠ ଏବଂ ଟଝଇଓଊ ଭଳି ବିକାଶ ସହଯୋଗୀଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.