ଲ୍ୟାଣ୍ଡମାଇନ ବିସ୍ଫୋରଣ ୨ ଯବାନ ସହିଦ, ଜଣେ ଗୁରୁତର

160

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ଆଜି ସକାଳୁ ୨ଟି ଲ୍ୟାଣ୍ଡଲାଇନ ବିସ୍ଫୋରଣ ହୋଇଛି ।  ପୃଥକ ପୃଥକ ସ୍ଥାନରେ ହୋଇଥିବା ୨ ଟିଲ୍ୟାଣ୍ଡ ମାଇନ  ବିସ୍ଫୋରଣରେ ୨ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ ନାରାୟଣପୁର ଜିଲ୍ଲା  ସୋନପୁରରେ ହୋଇଥିବା ବିସ୍ଫୋରଣରେ  ଡିଆରଜି ଯବାନ କନେର ଉସେଣ୍ଡି ଓ   ସୋନପୁରଠାରୁ ୩୦ କିଲୋମିଟର ଦୂରରେ ଅନ୍ୟ ଏକ ବିସ୍ଫୋରଣରେ  ଯବାନ ଏନ୍.ବାଲାଚାମୀ ସହିଦ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ରାୟ ପୁର ପଠାଯାଇଛି । ସହିତ ୨ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ  ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.