ମାଲିକକୁ ହତ୍ୟାକଲା କୁକୁଡ଼ା

145

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଗାନା ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି । କୁକୁଡ଼ା ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ଗୋଟିଏ ଗଞ୍ଜା କୁକୁଡ଼ା ନିଜ ମାଲିକକୁ ଛୁରୀ ଭୁସି ହତ୍ୟାକାରିଥିବା ଜଣାପଡିଛି । ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ଗଞ୍ଜାକୁ ଅଟକ ରଖିଛି । ସୂଚନା ଅନୁଯାୟୀ ତେଲେଗାନା ରାଜ୍ୟ ଜଗଡିୟାଲ ଜିଲ୍ଲା ଲୁଥିନୁର ଗାଁ ରେ ବଡଧରଣର କୁକୁଡ଼ା ଲଢେଇ ଚାଲିଥିଲା । ଏଥିରେ ସାମିଲ ହେବା ପାଇଁ ସତୀଶ ନାମକ ଏକ ଯୁବକ ନିଜ ଗଞ୍ଜା କୁକୁଡ଼ା ଗୋଡ଼ରେ ଛୁରୀ ବାନ୍ଧି ଲଢେଇ ପାଇଁ ପୂର୍ବ ପ୍ରସ୍ତୁତି କରୁଥିବାବେଳେ କୁକୁଡ଼ା ବାରମ୍ବାର ୩ ଫୁଟ ଉପରକୁ ଉଠି ରାଗି ଯାଇ ମାଲିକର ପେଟରେ ଗୋଡ଼ରେ ବନ୍ଧା ହୋଇଥିବା ଛୁରୀରେ ଭୁସି ଦେଇଥିଲା । ଗୁରୁତର ଅବସ୍ଥାରେ ମେଡିକାଲ ନେବାବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.