ନିମ୍ନମାନର ରାସ୍ତାକାମ ଅଭିଯୋଗ

153

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ଥିତ ପଡିଆ ବ୍ଳକ ଅନ୍ତର୍ଗତ ଏମ.ପି.ଭି ୫୬ ଗ୍ରାମରେ ରାସ୍ତା କାମକୁ ନେଇ ଦେଖିବାକୁ ମିଳିଛି ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହେଉଥିବା ରାସ୍ତା କାମ ଅତି ନିମ୍ନ ମାନର ଓ ଖରାପ କାମ ହେଉଥିବାରୁ ଗ୍ରାମର ଲୋକମାନେ ଏକତ୍ରିତ ହୋଇ ଏହି କାମକୁ ବନ୍ଦ କରିବାର ଦେଖିବାକୁ ମିଳିଛି।ଲୋକ ମାନଙ୍କ ଅଭିଯୋଗ ଯେ ରାସ୍ତା କାମ ଖରାପ ହେବା ସହ ନିମ୍ନମାନର ହେଉଛି । ଏହା ସହ ଅଳ୍ପ ମୋରମ ପକାଇ ରୋଲିଙ୍ଗ ଠିକ ଭାବରେ ହୋଇ ନ ଥିବାରୁ ପିଚୁ ଏବଂ ମେଟାଳ ଉଠି ଯାଉଛି। ଏହା ସହିତ ଅଳ୍ପ ପିଚୁରେ ରୋଡ଼ କାମ ସାରିଥିବା କଥା ଲୋକ ମାନେ ପ୍ରକାଶ କରିଛନ୍ତି। ଅଳ୍ପ ଓ ପତଳା ପିଚୁ ପଡ଼ିବା ହେତୁ ରାସ୍ତାରୁ ପିଚୁ ଉଠିଯିବାର ଦେଖିବାକୁ ମିଳିଛି। ଏହି କାମକୁ ଯେଉଁ ଠିକାଦାର ବା କମ୍ପାନୀ ନେଇଛି ଏଥିରେ ଛୋଟ ପିଲାଙ୍କୁ ବି କାମରେ ନିୟୋଜିତ କରାଯାଉଥିବା ଲୋକମାନେ ସିଧାସଳଖ ଅଭିଯୋଗ କରିଛନ୍ତି। ଲୋକ ମାନଙ୍କ ଅଭିଯୋଗ ଯେ ସରକାରଙ୍କ ଏତେ ଟଙ୍କାର ପ୍ରକଳ୍ପ କାହା ସ୍ବାର୍ଥରେ? ଯଦି ଏହା ଲୋକ ମାନଙ୍କ ସ୍ୱାର୍ଥ ପାଇଁ ତାହା ହେଲେ ଲୋକ ମାନେ ଏହାର ସଠିକ ଵ୍ୟବହାର ପାଉ ନାହାଁନ୍ତି କ’ଣ ପାଇଁ? ଏହା କ’ଣ ଠିକାଦାର ଏବଂ ବଡ଼ ବାବୁ ମାନଙ୍କ ପାଇଁ କି? ଏହାର ଯଦି ଠିକ୍ ରୂପାୟନ ହେଇ ପାରୁ ନାହିଁ ତ ଏହା କାହା ସ୍ୱାର୍ଥରେ ଲାଗିବ ?ଏହି ସବୁ ପ୍ରଶ୍ନଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରି ଥିଲେ।

Leave A Reply

Your email address will not be published.