– ଅର୍ଡିନାରୀ , ଏକ୍ସପ୍ରେସ୍ ବସ୍୫ ପଇସା ଓ ଡିଲକ୍ସ ,ଏସି ଡିଲକ୍ସ୍ ବସ୍ ୧୦ ପଇସା ବୃଦ୍ଧି
ଭୁବନେଶ୍ୱର: ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ପୁଣି ବସ ଭଡ଼ା ବଢ଼ିଛି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୫ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ୍ ବସ୍ ଭଡା କିଲୋମିଟର ପିଛା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ବର୍ଦ୍ଧିତ ଭଡା ଲାଗୁ ହେବା ପରେ ପୂର୍ବରୁ ଅର୍ଡିନାରୀ ବସ ଭଡ଼ା ୮୦ ପଇସା ଥିବା ବେଳେ ବର୍ତମାନ ତାହା ୮୫ ପଇସାକୁ ବଢିଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ଥଇଲା ୮୪ ପଇସାରୁ ୮୯ ପଇସାକୁ , ଡିଲକ୍ସ ବସ୍ ଭଡା ୧ ଟଙ୍କା ୧୧ ପଇସାରୁ ୧ ଟଙ୍କା ୨୧ ପଇସା ଓ ଏସି ଡିଲକ୍ସ ବସ୍ ଭଡା ୧ ଟଙ୍କା ୩୯ ପଇସାରୁ ୧ ଟଙ୍କା ୪୯ ପଇସାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ସୁପର ପ୍ରିମିୟର ଭଡା ୨ ଟଙ୍କା ୧୭ ପଇସାରୁ ୨ ଟଙ୍କା ୩୨ ପଇସା ହୋଇଛି ।
ଏହା ପୂର୍ବରୁ ଗତ ଫେବୃଆରୀ ୮ ତାରିଖରେ ବସ୍ ଭଡା ବଢିଥିଲା ।