ଶିମିଳିପାଳରେ ଆୟତ୍ତ ହେଉଛି ନିଆଁ

212

ଭୁବନେଶ୍ୱର: ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି । ତେବେ ଭାରତୀୟ ବନ ସର୍ବେକ୍ଷଣର ତଥ୍ୟାନୁସାରେ ଗତକାଲି ୪୯୭ଟି ବନାଗ୍ନି ପଏଣ୍ଟ ଥିବା ବେଳେ ଆଜି ୧୦୪୮ ସାଟେଲାଇଟ୍ ଆଧାରିତ ବନାଗ୍ନି ପଏଣ୍ଟ ପଞ୍ଜିକରଣ ହୋଇଛି । ଅପରପକ୍ଷରେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଇଲାକା ମଧ୍ୟରେ କେବଳ ୫ଟି ବନାଗ୍ନି ପଏଣ୍ଟ ରିପୋର୍ଟ ହୋଇଛି, ଯାହାକି ଗତ ୨ ଦିନ ମଧ୍ୟରେ ୨୬ ଓ ୨୪ ରହିଥିଲା ।

ଶିମିଳିପାଳର କିଛି ଅଂଶ ଗତକାଲି ବର୍ଷା ହେବାରୁ ନିଆଁ ଆୟତ ହୋଇପାରିଛି । ଆଇଏମ୍ଡି, ଭୁବନେଶ୍ୱରର ଆକଳନ ଅନୁଯାୟୀ ଆଗାମୀ ୩ ଦିନରେ ଅଧିକାଂଶ ଅଂଚଳରେ ମଧ୍ୟବର୍ତ୍ତୀ ବର୍ଷା ହେବାର ପୂର୍ବାନୁମାନକରାଯାଇଛି, ଯାହା ଜଙ୍ଗଲ ଅଗ୍ନି ହ୍ରାସ ପାଇଁ ସକାରାତ୍ମକ ଦିଗ ହେବ ବୋଲି ଟାସ୍କ ଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ କହିଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ଫାୟାର ୱାଚରଙ୍କ ଯୋଗଦାନ, ଦ୍ୱିଗୁଣିତ ପରିମାଣର ଲିଫ୍ ବ୍ଲୋୟର ବ୍ୟବହାର, ଗ୍ରାମବାସୀଙ୍କ ଯୋଗଦାନ ଏବଂ ଏକତ୍ରୀକରଣ ସହିତ କ୍ଷେତ୍ର କର୍ମଚାରୀଙ୍କ ଦିନରାତି ଉଦ୍ୟମ ନିଆଁକୁ ଆୟତ୍ତ କରିବାରେ ସାହାଯ୍ୟ କରୁଛି ।୪ଟି ଓଡ୍ରାଫ୍ ଦଳ ସ୍ଥାନରେ ବର୍ତମାନ ୨୫ ଜଣ ସଦସ୍ୟ ବିଶିଷ୍ଟ ୮ଟି ଓଡ୍ରାଫ୍ ଦଳ ନିୟୋଜିତ ହୋଇଛନ୍ତି ।

ଶିମିଳିପାଳରେ ନିଆଁ ଲାଗିବା ଘଟଣାର ଅନୁଧ୍ୟାନ ପାଇଁ ଗୁରୁବାର ଦିନ କେନ୍ଦ୍ରୀୟ ଟିମ୍ର ସଦସ୍ୟ ଭୁବନେଶ୍ୱରରେ ପହଞ୍ôଚଛନ୍ତି । କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡ. ଅମିତ୍ ମଲିକ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ôଚବା ପରେ ତାଙ୍କୁ ରାଜ୍ୟ ବନ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଟିମର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ୱରରେ ରହିଥିବା ବେଳେ ଅନ୍ୟତମ ସଦସ୍ୟା ଆରତି ଚୌଧୁରୀ ଆସିନାହାନ୍ତି । ପରେ ଟିମ୍ ସଦସ୍ୟ ଡ. ଅମିତ୍ ମଲିକ ଓ ସୁବ୍ରତ ମହାପାତ୍ର ଶିମିଳିପାଳ ଗସ୍ତ କରିବେ । ଶିମିଳିପାଳରେ ନିଆଁ ଲାଗିବାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରି ଏହି ଟିମ୍ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ।

ରାଜ୍ୟରେ ପୁଣି ବଢ଼ିଲା:

ରାଜ୍ୟରେ ପୁଣି ବଢିଲା ଜଙ୍ଗଲ ନିଆଁ । ଗତକାଲି ରାଜ୍ୟର ୪୯୭ ପଏଣ୍ଟରେ ନିଆଁ ଥିବାବେଳେ ଆଜି ଏହି ସଂଖ୍ୟା ୧୦୪୮କୁ ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ଶିମିଳିପାଳରେ ଜଙ୍ଗଲ ନିଆଁର ପରିମାଣ କମ୍ ହୋଇଛି । ଗତ ଦୁଇ ଦିନରେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଇଲାକା ମଧ୍ୟରେ ୨୬ ଓ ୨୪ ବନାଗ୍ନି ପଏଣ୍ଟ ତୁଳନାରେ କେବଳ ୫ଟି ବନାଗ୍ନି ପଏଣ୍ଟ ରିପୋର୍ଟ ହୋଇଛି । ଆହୁରି ମଧ୍ୟ ଶିମିଳିପାଳର କିଛି ଅଂଶରେ ଗତକାଲି ବର୍ଷା ହୋଇଥିବାରୁ ଆଗାମୀ ୩ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ଜଙ୍ଗଲ ନିଆଁ ହ୍ରାସ ପାଇବ ବୋଲି ଟାସ୍କଫୋର୍ସ ପକ୍ଷରୁ ସୂଚନା ମିଳିଛି ।

ଏହାସହିତ ଟାସ୍କଫୋର୍ସ ଆହୁରି କହିଛି ଯେ, ଅଗ୍ନିସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଅଗ୍ନିଋତୁ ବାକି ଅଛି । ତେଣୁ ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ଜଙ୍ଗଲ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି କୁହାଯାଇଛି । ଅନ୍ୟପଟେ ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ଫାୟାର ୱାଚରଙ୍କ ଯୋଗଦାନ ଏବଂ ଏକତ୍ରୀକରଣ ସହିତ କ୍ଷେତ୍ର କର୍ମଚାରୀଙ୍କ ଦିନରାତି ଉଦ୍ୟମ ନିଆଁକୁ ଆୟତ୍ତ କରିବାରେ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.