ଶିଶୁଆ-କଳମିଶ୍ରୀ ପ୍ରଧାନମନ୍ତ୍ରୀ ସଡ଼କ ଅତ୍ୟନ୍ତ ଶୋଚନୀୟ, ପୁନଃ ନିର୍ମାଣ ଦାବି

155

ସାଲେପୁର: ସାଲେପୁର ବ୍ଲକର ଶିଶୁଆ ଠାରୁ ନିଶ୍ଚିନ୍ତକୋଇଲି ବ୍ଲକର କଳମିଶ୍ରି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଶିଶୁଆର କଟକ ଚାନ୍ଦବାଲି ସଡ଼କଠାରୁ ଏହି ରାସ୍ତା ହରିଚନ୍ଦନପୁରଠାରେ ଚିତ୍ରୋତ୍ପଳା ସେତୁ ଅତିକ୍ରମ କରି ଚିତ୍ରୋତ୍ପଳା ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ରାସ୍ତା ଭାବେ କଳମିଶ୍ରୀ ଘାଇ ପର୍ଯ୍ୟନ୍ତ ରହିଛି । ଏହି ରାସ୍ତା ସମ୍ପୃକ୍ତ ଦ୍ୱିପାଞ୍ଚଳର ପ୍ରମୁଖରାସ୍ତା ହୋଇଥିବାରୁ ପ୍ରତିଦିନ ହଜାର ହଜାର ଲୋକେ,ଜାନବାହାନ ଆଦି ଯାତାୟତ କରିଥାନ୍ତି । ଏହା ନିଶ୍ଚିନ୍ତକୋଇଲି ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ ରହିଛି । ରାସ୍ତାର ଦୁରାବସ୍ଥା ଓ ମରାମତି ସଂକ୍ରାନ୍ତରେରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ । ଏହି ରାସ୍ତାରେ ଦଶଚକିଆ ମାଲବୋଝେଇ ଟ୍ରକ,ହାଇୱା ଆଦି ଚଳାଚଳ କରୁଥିବାରୁ ଏହା ଖାଲ ଖମାରେ ପରିପୂର୍ଣ ହୋଇଯାତାୟତ ସମ୍ଭବ ହେଉନାହିଁ । ଏହି ରାସ୍ତାରେ ଦୈନିକ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଫାୟାରଗାଡି,ସାଧାରଣ ବାଇକ,ଅଟୋ ଓ ସାଇକେଲ ଚାଳକଙ୍କ ପାଇଁ ଦୁର୍ଗମ ହୋଇ ପଡିଛି ଓ ଦୁର୍ଘଟଣା ମାନ ଘଟୁଛି । ଏହି ରାସ୍ତାକୁ ପୁନଃନିର୍ମାଣ କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Leave A Reply

Your email address will not be published.