ଇଞ୍ଜିନିୟରିଂ ଓ ପଲିଟେକ୍ନିକ୍ ପିଲାଙ୍କ ହଷ୍ଟେଲ ଫି’ ଛାଡ

174

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଇଞ୍ଜିନିୟରିଂ ଓ ପଲିଟେକ୍ନିକ୍ ପିଲା ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର । ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ । ପ୍ରାୟ ୧୭୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ଘୋଷଣା କରିଛନ୍ତି । ୧୭୦୧୨ ଛାତ୍ରଛାତ୍ରୀଙ୍କ ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କା ଫି ଛାଡ଼ କଲେ ରାଜ୍ୟ ସରକାର । ପୂର୍ବରୁ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ କରିଥିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ଼ କରାଯାଇଥିଲା । ଯାହାଦ୍ୱାରା ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ । ସେହିପରି ମ୍ୟାଟ୍ରିକ ପରୀକ୍ଷା ଫି’ ଛାଡ଼ ଘୋଷଣା କରିଥିଲେ ରାଜ୍ୟ ସରକାର । ଏହାଦ୍ୱାରା ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ । ଫି’ଛାଡ଼ ପାଇଁ ୨୭ କୋଟି ବ୍ୟୟଭାର ବହନ କରିବେ ସରକାର । ମ୍ୟାଟ୍ରିକ୍ ପରୀକ୍ଷା ପାଇଁ ପ୍ରତି ପିଲାଙ୍କୁ ୪୨୦ ଟଙ୍କା ଫି’ ଦେବାକୁ ପଡ଼ିଥାଏ । ମହାମାରୀ କରୋନା ପାଇଁ ୨୦୨୦-୨୧ ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିଲା । ଯେଉଁଥିପାଇଁ ଦୀର୍ଘ ୯ ମାସ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି ।

Leave A Reply

Your email address will not be published.