ପ୍ରଥମଥର ମୋଦୀ-ବାଇଡେନ୍ ଭର୍ଚୁଆଲ ଆଲୋଚନା: ଚାଇନାକୁ ଚେକ୍ , ୪ ଦେଶର ରଣନୀତି ଉପରେ ନଜର

160

ନୂଆଦିଲ୍ଲୀ: ଆରମ୍ଭ ହେଲା କ୍ୱାଡ୍ର ପ୍ରଥମ ଶିଖର ସମ୍ମିଳନୀ । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ସମ୍ମିଳନୀରେ ଚୀନ୍ର ବାଦମାଶିକୁ ଚେକ୍ ଦେବା ପାଇଁ ଚାଲିଛି । ପ୍ରଥମଥର ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ପରସ୍ପର ସହ କଥା ହୋଇଛନ୍ତି ।

ସମ୍ମିଳନୀରେ ଜାପାନ ପ୍ରଧାନମନ୍ତ୍ରୀ ଯୋସି ଡିହେ ସୁଗା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ମଧ୍ୟ ଯୋଗ ଦେଇଛନ୍ତି । ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ସେମାନଙ୍କ ସହ ମଧ୍ୟ ଉପସ୍ଥିତ ଥିଲେ । କୋଭିଡ୍ଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଭଳି ଅନେକ ବିଷୟରେ ଆଲୋଚନା ହୋଇଛି । ଏଥିସହ ଆଞ୍ଚଳିକ ଓ ବିଶ୍ୱରେ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ମୁକ୍ତ ଓ ଅବାଧ ବାଣିଜ୍ୟ ନେଇ ବାଟ ଖୋଜାଚାଲିଛି ।

ଏଥିସହ ଚାଇନାକୁ ନେଇ ଏହି ଚାରିଦେଶର ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଜାନୁଆରୀ ୨୭ ଓ ମୋରିସନ୍ଙ୍କ ସହ ଫେବୃଆରୀ ୩ ଓ ମୋଦୀଙ୍କ ସହ ଫେବୃଆରୀ ୮ ତାରିଖରେ କ୍ୱାଡ଼୍ ସମ୍ମିଳନୀ ସମ୍ପର୍କରେ କଥା ହୋଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମୁଖ୍ୟ ପ୍ରସଙ୍ଗ ହେଉଛି ଏସିଆ ମହାଦେଶ ବିଶ୍ୱରେ ନିଜର ଦବ୍ଦବା ଦେଖାଇବା ପାଇଁ ଚୀନ୍ ଯେଉଁ ପ୍ରସାସ କରୁଛି ତା ଉପରେ ରୋକ୍ ଲଗାଇବା ପାଇଁ ଏହି ଚାରିଦେଶ ରଣନୀତି ଆରମ୍ଭ କରିଛନ୍ତି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ୍ ଏହି ସମ୍ମିଳନୀ କରିବା ପାଇଁ ପ୍ରଥମେ ଜୋ ବାଇଡେନ୍ଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଏଥିରେ ଏହି ଚାରିଦେଶ ସମ୍ମତି ପ୍ରଦାନ କରିବା ପରେ ବୈଠକ ଆରମ୍ଭ ହୋଇଛି । ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ସମୟକୁ କ୍ୱାଡ୍ ସମୟ ବୋଲି କହିବା ସହିତ ହିନ୍ଦ୍-ପ୍ରଶାନ୍ତକ୍ଷେତ୍ର ସ୍ଥାୟିତ୍ୱର ଏହାର ସ୍ତମ୍ଭ ହୋଇରହିବ । ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କ୍ଷେତ୍ରର ସ୍ଥାୟିତ୍ୱ ଲାଗି ଯୁକ୍ତରାଷ୍ଟ୍ରର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇଥିଲେ ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ୍ କହିଥିଲେ ଏକବିଂଶ ଶତାବ୍ଦୀରେ ବିଶ୍ୱର ଭବିଷ୍ୟତ ହିନ୍ଦ୍-ପ୍ରଶାନ୍ତକ୍ଷେତ୍ର ନିର୍ଣ୍ଣୟ କରିବ । ତେଣୁ ଏହି କ୍ଷେତ୍ରର ଚାରି ମହାନ୍ ଗଣତନ୍ତ୍ରର ଆମେ ଆମର ସହଯୋଗକୁ ଶାନ୍ତି, ସ୍ଥାୟିତ୍ୱ ଓ ସମୃଦ୍ଧିର ପ୍ରତୀକ ହୋଇ ଗଢ଼ି ତୋଳିବା ବୋଲି କହିଥିଲେ । ରାଜନୈତିକ ଓ ସାମରିକ ଭାବେ ଭାରତ ନେତୃତ୍ୱରେ କ୍ୱାଡ୍ର ଗଠନ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ୍ ସହ ଭାରତର ବଢ଼ୁଥିବା ସମ୍ପର୍କକୁ ନେଇ ଚୀନ୍ ଏବେ ଚିନ୍ତାରେ ପଡ଼ିଯାଇଛି ।

Leave A Reply

Your email address will not be published.