ଭୁବନେଶ୍ୱର:ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି କମିଶନରେଟ୍ ପୋଲିସ । ଏଣିକି ଅପରାଧ ଘଟାଇ ଆଉ ହୋଟେଲରେ ଲୁଚି ରହିପାରିବେନି ଅପରାଧୀ । ରାଜ୍ୟ ବାହାରୁ ଆସି ହୋଟେଲରେ ରହି ଅପରାଧ ଘଟାଇ ଫେରାର ହେବାର ଯୋଜନା ଫେଲ୍ ମାରିବ । କାରଣ ସେମାନଙ୍କୁ ଧରିବ “ଅତିଥି’।”ଅତିଥି’ ହେଉଛି ଏକ ଆପ୍ । ପୋଲିସ ପକ୍ଷରୁ ଏହାର ତିଆରି ଚାଲିଛି ଏବଂ ଖୁବ୍ଶୀଘ୍ର ଏହି ଆପ୍ କାର୍ଯ୍ୟକାରୀ ହେବ । ଏହା ସାହାଯ୍ୟରେ ଟ୍ୱିନ୍ସିଟିରେ ଅପରାଧୀଙ୍କୁ ଧରିବ ପୋଲିସ । “ଅତିଥି’ ଆପ୍ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ ।
ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସମସ୍ତ ତଥ୍ୟ ପୋଲିସକୁ ଦେବେ । ଏହି ତଥ୍ୟ କେବଳ ପୋଲିସ ପାଖରେ ରହିବ ଓ ଏହାକୁ ସର୍ବସାଧାରଣ କରାଯିବ ନାହିଁ । ସବୁ ଗେଷ୍ଟହାଉସ୍, ହୋଟେଲ ଓ ଲଜ୍କୁ ଏନେଇ ନିର୍ଦ୍ଦେଶ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡିସିପି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.