ପୁନର୍ବାସ ଯୋଜନା: ପିଲାଙ୍କ ପାଠପଢା ଖର୍ଚ୍ଚ ପାଇଁ ସ୍କଲାରସିପ

164

ଭୁବନେଶ୍ୱର: କୁଷ୍ଠରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ ପାଇଁ ରାଜ୍ୟ ସରକାରଙ୍କ ନିଆରା ପ୍ରୟାସ । ସମ୍ମାନ ସହ ସମାଜରେ ବଞ୍ଚିବା ପାଇଁ ଆରମ୍ଭ କଲେ ନୂଆ ଯୋଜନା । ଆତ୍ମନିର୍ଭରଶୀଳ କରାଇବା ସହ ପିଲାଙ୍କ ପାଠପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍ର ବ୍ୟବସ୍ଥା କଲେ ରାଜ୍ୟ ସରକାର । ଭାରତରେ ପ୍ରଥମଥର ପାଇଁ ଓଡିଶା ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ସେମାନଙ୍କର ଥଇଥାନ ତଥା ଆତ୍ମନିର୍ଭରଶୀଳ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଆରମ୍ଭ ହୋଇଛି ପୁନର୍ବାସ ଯୋଜନା ।

ପଞ୍ଚମରୁ ଦଶମ ଶ୍ରେଣୀ ଯାଏ ପଢୁଥିବା ପିଲାଙ୍କୁ ମାସକୁ ୮୦୦ ଟଙ୍କା, ଦଶମରୁ ଦ୍ୱାଦଶ ପଢୁଥିଲେ ଏକ ହଜାର, ସ୍ନାତକ ବା ସ୍ନାତକୋତ୍ତର ପଢୁଥିଲେ ୧୫ ଶହ ଓ ବୃତ୍ତିଗତ ପାଠ ପଢୁଥିଲେ ମାସକୁ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ସ୍ଥିର କରିଛନ୍ତି ସରକାର । ଆତ୍ମନିର୍ଭର କରାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ରାଶି ବାବଦକୁ ୫୦ ହଜାର ଟଙ୍କାର ବ୍ୟବସ୍ଥା ବି କରାଯାଇଛି । ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବି କରିବେ ସରକାର ।

ରାଜ୍ୟ ସରକାରଙ୍କ ଏହି ନୂଆ ଯୋଜନା ବେଶ୍ ସହାୟକ ହେବ ବୋଲି ହିତାଧିକାରୀ କହିବା ସହିତ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସମାଜରେ ପ୍ରତ୍ୟେକ ମନୁଷ୍ୟର ବଞ୍ଚିବାର ଅଧିକାର ରହିଛି । ଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ଦୁର୍ଦ୍ଦଶା ଅଧିକ ବଢ଼ିଯାଇଥାଏ । ଏହାକୁ ଗମ୍ଭୀରତାର ସହ ହୃଦୟଙ୍ଗମ କରି ଏଭଳି ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି ।

Leave A Reply

Your email address will not be published.