ମଣ୍ଡିରେ ଧାନ ସଂଗ୍ରହରେ ଅନିୟମିତତା : ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

178

ଭଦ୍ରକ: ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଗେଲଟୁଆ ପଚାଂୟତରେ ସରକାରଙ୍କ ତରଫରୁ ଚଳିତ ଖରିଫ ଧାନ ସଂଗ୍ରହରେ ଅନିୟମିତତାର ପ୍ରତିବାଦରେ ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘର ନେତୃତ୍ୱରେ ଶତାଧିକ ଚାଷୀ ଆଜି ଟ୍ରାକ୍ଟର ଗୁଡିକରେ ନିଜ ନିଜ ଧାନକୁ ରଖି ୧୬ ନଂ ଜାତୀୟ ରାଜପଥର ବନ୍ତ ଛକରେ ପ୍ରାୟ ୪୫ ମିନିଟ୍ ଧରି ରାସ୍ତା ଅବରୋଧ କରିଥିଲେ । ଏହା ପରେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଚାଷୀ ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ମାନଙ୍କ ସହିତ ଏକ ଆଲୋଚନା କରିଛନ୍ତି ।

ଚାଷୀଙ୍କ ରାସ୍ତାରୋକ ଫଳରେ କିଛି ସମୟ ପାଇଁ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା । ଅବରୋଧ ହଟିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ୍ ହୋଇଛି ।

Leave A Reply

Your email address will not be published.