ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବାଟ ଫିଟିଲା : ଆଜିଠାରୁ ସ୍ୱାଭାବିକ୍ ହେବ ବିଧାନସଭା !

139

-ଗୃହରେ ଉତ୍ତର ରଖିବେ ଯୋଜନା ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବସିଥିବା ସର୍ବଦଳୀୟ ବୈଠକ ସଫଳ ହୋଇଛି । ଆସନ୍ତାକାଲିଠାରୁ ବିଧାନସଭା ଚାଲିବ ଏବଂ ଆସନ୍ତାକାଲି ପୂର୍ବାହ୍ନ ୧୧.୩୦ରେ ଧାନକିଣା ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ରଖିବା ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ସ୍ୱାଧୀକାର କମିଟିକୁ ଯିବ । ସରକାରୀ ଦଳ ଆଣୁଥିବା ଅଭିଯୋଗ ଗୃହରେ ଉପସ୍ଥାପନ ହେବନାହିଁ ବୋଲି ସର୍ବଦଳୀୟ ବୈଠକ ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଫଳରେ ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ବିଧାନସଭା ଓ ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିବ । ଏହାଦ୍ୱାରା ଦୀର୍ଘ ୬ ଦିନ ଧରି ଗୃହରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ହୋଇଛି ଏବଂ ସର୍ବଦଳୀୟ ବୈଠକରେ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଛନ୍ତି । ଅନ୍ୟପକ୍ଷରେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ବିରୋଧରେ ବିଜେଡି ଆଣିଥିବା ଅଭିଯୋଗ ସ୍ୱାଧିକାର କମିଟିକୁ ପଠାଯାଇଛି ।

Leave A Reply

Your email address will not be published.