ଟୋପେ ପାଣି ପାଇଁ ଭେଜା ଗ୍ରାମବାସୀ ଡହଳବିକଳ

193

କୋରାପୁଟ: ନନ୍ଦପୁର ବ୍ଲକ ଅନ୍ତର୍ଗତ ଭେଜା ଗ୍ରାମପଞ୍ଚାୟତ ଏଠାରେ ୧୫୦ ପରିବାରରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ପଞ୍ଚାୟତ ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଟାୱାର ପାଇପ ସପ୍ଲାଏର ବ୍ୟବସ୍ଥା କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିଲା । କିନ୍ତୁ କିଛି ଦିନ ପରେ ଏହା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ ବିଭାଗୀୟ ଅବହେଳା ଯୋଗୁ ଗତ ୨ ବର୍ଷ ତଳେ ପାଣି ମଟର ଚୋରି ହୋଇଯାଇଛି ତାପର ଠାରୁ ଅଞ୍ଚଳ ବାସୀଙ୍କ ପାଇଁ ପାଣି ପାଲଟିଛି ସାତ ସପନ ।

ଗ୍ରାମରେ ଥିବା ଗୋଟେ ମାତ୍ର ନଳକୂପ କିନ୍ତୁ ସେଥିରୁ ବାହାରୁଛି ଗୋଳିଆ ପାଣି । ଯାହା କି ଏହା ପିଇବା ପାଇଁ ଉପଯୋଗ୍ୟ ନୁହେଁ । ସ୍ଥାନୀୟ ଜନସାଧାରଣ ବାରମ୍ବାର ପ୍ରଶାସନଙ୍କ ପାଖରେ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ବାଧ୍ୟ ହୋଇ ଗ୍ରାମବାସୀ ଦେଢ଼ କିଲୋମିଟର ଦୂର ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଏହି ଚୁଆ ପାଣି ଦୂଷିତ ଥିବାରୁ ଏହି ପାଣିକୁ ଫୁଟାଇ ପିଉଛନ୍ତି ।

ଏହି ପାଣି ବ୍ୟବହାର କରିବା ଦ୍ୱାରା ନା ନା ପ୍ରକାର ରୋଗର ଶିକାର ହେଉଛନ୍ତି । ଆଗକୁ ଖରା ଦିନ ଆସୁଥିବାରୁ ଜଳ ସଙ୍କଟ ଦୂର କରିବା ସହିତ ପାନୀୟ ଜଳର ସୁବନ୍ଦବ୍ୟସ୍ତ କରିବା ପାଇଁ
ଗ୍ରାମବାସୀଙ୍କ ଦ୍ୱାରା ପ୍ରଶାସନକୁ ନିବେଦନ କରାଯାଇଛି । ଦେଖିବା ପାଇଁ ବାକି ରହିଲା କୋରାପୁଟ ପ୍ରଶାସନ ଏହା ଦେଖିଲା ପରେ କେରେ ଦୂର ପଦକ୍ଷେପ ନେଉଛନ୍ତି ।

Leave A Reply

Your email address will not be published.