ଅନୁଗୋଳ: ଗ୍ୟାସ୍ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଆମ୍ବୁଲାନ୍ସଟି ସମ୍ବଲପୁରରୁ ୨ ଜଣ ରୋଗୀଙ୍କୁ ନେଇ ୫୫ ନଂ ଜାତୀୟ ରାଜପଥରେ କଟକ ଅଭିମୁଖେ ଯାଉଥିବା ବେଳେ ଆଜି ସକାଳ ପ୍ରାୟ ୬ଟା ସମୟରେ ଅନୁଗୋଳର ଜରପଡ଼ା ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଗୁରୁତର ଅନ୍ୟ ୩ ଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୋଲିସ ୪ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଟ୍ୟାଙ୍କରକୁ ଜବତ କରିଛି । ଟ୍ୟାଙ୍କର ଡ଼୍ରାଇଭରକୁ ଅଟକ ରଖି ପଚରା ଉଚୁରା ଚଳାଇଛି ।
Sign in
Sign in
Recover your password.
A password will be e-mailed to you.