ମହାମାରୀ ସତ୍ତେ୍ୱ ବ୍ୟବସାୟୀଙ୍କ ସଫଳତା ପ୍ରେରଣାଦାୟୀ : ମୁଖ୍ୟମନ୍ତ୍ରୀ

169

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିତ୍ରୀ ଲାଇଭ୍ ଓ ଓଡ଼ିଶା ପୋଷ୍ଟ ଲାଇଭ୍ ଦ୍ୱାରା ଆୟୋଜିତ ‘ବିଜିନେସ ଏମିନେନ୍ସ ଆୱାର୍ଡସ୍’ରେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଉଦ୍ବୋଧନ ଦେବା ଅବସରରେ ପୁରସ୍କାର ପାଇଥିବା ଉଦ୍ୟୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମହାମାରୀ ସତ୍ୱେ ସେମାନଙ୍କ ସଫଳତା ପ୍ରେରଣାଦାୟୀ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷି ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏମ୍ଏସ୍ଏମ୍ଇ ଏକ ପ୍ରମୁଖ କ୍ଷେତ୍ର ହୋଇଥିବାରୁ ଏହା ଉପଯୁକ୍ତ ସହାୟତା ଆବଶ୍ୟକ କରେ ।

ମୁଖ୍ୟମନ୍ତ୍ରୀ ଏହି କ୍ଷେତ୍ରକୁ ଅନୁଦାନ ବୃଦ୍ଧି ଏବଂ ସରକାରଙ୍କ ଦ୍ୱାରା ଏମ୍ଏସ୍ଏମ୍ଇଗୁଡ଼ିକୁ ୨୮୯ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ୍ ପ୍ୟାକେଜ୍ ର ଦୃଷ୍ଟାନ୍ତ ଦେଇ ସ୍ଥାନୀୟ ଶିଳ୍ପଗୁଡ଼ିକୁ ତାଙ୍କର ସହାୟତା ନିମନ୍ତେ ଥିବା ପ୍ରତିଶ୍ରୁତିକୁ ଦୋହରାଇଛନ୍ତି । ଓଡ଼ିଶାର ପିଲା ମାନଙ୍କ ବୌଦ୍ଧିକ କ୍ଷମତା ମାଧ୍ୟମରେ ରାଜ୍ୟରେ ଥିବା ବ୍ୟବସାୟ ସମ୍ଭାବନାର ସମ୍ପୂର୍ଣ୍ଣ ଉପଯୋଗ କରି ।ରିଲେ ହିଁ ଓଡ଼ିଶା ଏକବିଂଶ ଶତାବ୍ଦୀରେ ବ୍ୟବସାୟର ପେଙଋସ୍ଥଳି ହୋଇପାରିବ ବୋଲି ଶନିବାର ଓଡିଶାର ଦୈନିକ ଖବରକାଗଜ ଓଡ଼ିଶା ପୋଷ୍ଟ ଏବଂ ଧରିତ୍ରୀ ପକ୍ଷରୁ ଆୟୋଜିତ ‘ବିଜନେସ୍ ଏମିନେନ୍ସ ଆୱାର୍ଡ୍ସ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ଅବସରରେ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶାରେ ଥିବା ଅପାର ସମ୍ଭାବନା, ନୂଆ ଉଦ୍ୟମୀଙ୍କ ଭୂମିକା, ୱେଲଥ କ୍ରିଏସନ, ୨୦୩୬ ସୁଦ୍ଧା ଓଡ଼ିଆ ସମାଜର ଦାୟିତ୍ୱ କଣ ହେବା ଦରକାର ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ପୂର୍ବକାଳରେ ଓଡିଶାର ବ୍ୟବସାୟୀମାନେ ନୌବାଣିଜ୍ୟ ମାଧ୍ୟମରେ ଦକ୍ଷିଣ-ପୂର୍ବ ଏସିଆ,ଶ୍ରୀଲଙ୍କା,ଚୀନ ତଥା ଆଫ୍ରିକା ଏବଂୟୁରୋପୀୟ ଉପମହାଦେଶ ସହ ବାଣିଜ୍ୟ ବ୍ୟାପାର କରୁଥିଲେ ।

ବର୍ତମାନ ସମୟରେ ମଧ୍ୟ ଓଡ଼ିଶାରେ ବୃହତମ ଲୁହାପଥର,ଇସ୍ପାତ,ଆଲୁମିନିୟମ,କ୍ରୋମାଇଟ୍,ବକ୍ସାଇଟ୍,କୋଇଲା,ମାଙ୍ଗାନିଜ ଏବଂ ଇଲିମିନାଇଟ,ରୁଟିଲ, ଗାରନେଟ୍, ରୁଥେନିୟମ,ରୋଡିୟମ, ପ୍ଲାଟିନମ୍ ଭଳି ଖଣିଜ ଓ ଧାତବ ପଦାର୍ଥ ପଦାର୍ଥ ଗଚ୍ଛିତ ରହିଛି ।

ତେଣୁ ଆଗାମୀ ଦିନରେ ଏହି ସମ୍ଭାବନାକୁ ଉପଯୋଗ କରିବା ପାଇଁ ଉଦ୍ୟୋଗ କ୍ଷେତ୍ରରେ ଥିବା ସମ୍ଭାବନାକୁ ବଢାଇବାକୁ ପଡିବ । ଆଇଟି କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷତାସମ୍ପନ୍ନ ଓଡ଼ିଆ ପିଲାମାନେ କାମ କରୁଥିବା ବେଳେ ସେମାନଙ୍କର ବୌଦ୍ଧିକ କ୍ଷମତାକୁ ଉପଯୋଗ କରିବାକୁ ହେବ । ତେବେ ଯାଇଁ ଏକବିଂଶ ଶତାବ୍ଦୀରେ ଓଡିଶା ବ୍ୟବସାୟର ପେଣ୍ଠସ୍ଥଳି ହେବ ।

ଆଗାମୀ ୧୫ ବର୍ଷ ପରେ ୨୦୩୬ ମସିହାରେ ଓଡ଼ିଶା ଭାଷାଭିତିକ ରାଜ୍ୟ ଭାବେ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ । ଏହି ସମୟରେ ଆମେ ସମସ୍ତେ ନିମ୍ନ ମଧ୍ୟବିତ ଓ ମଧ୍ୟବିତ ବର୍ଗଙ୍କୁ ମୌଳିକ ସୁବିଧା ସହ ଶିକ୍ଷା,ସ୍ୱାସ୍ଥ୍ୟସେବା ସୁବିଧା ଦେଇ ସେମାନଙ୍କୁ ଶକ୍ତିଶାଳୀ କରିବାକୁ ହେବ ।

ରେଳ,ସଡ଼କ ପଥ, ଆକାଶ ପଥ, ସାମୁଦ୍ରିକ ଅର୍ଥନୀତିର ଓଡ଼ିଶା ରାଜ୍ୟରେ ଥିବା ସମ୍ଭାବନା କେବଳ ସାଢେ ୪ କୋଟି ଓଡ଼ିଆଙ୍କ ପାଇଁ ନୁହେଁ ବରଂ ସମଗ୍ର ପୂର୍ବ ଭାରତର ଆବଶ୍ୟକତାକୁ ପୂରଣ କରିବା ପାଇଁ । ଭାରତ ପାଇଁ ଏହି ଦଶକ ରୋରିଂ-୨୦ ହେବାକୁ ଯାଉଥିବା ବେଳେ ଓଡ଼ିଶା ବ୍ୟବସାୟ କ୍ଷେତ୍ରର ପେଙଋସ୍ଥଳୀ ହେବ,ଏହା ନିଃସନ୍ଦେହ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ଼ା.ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ଏବଂ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଅନେକ ଯୋଗଦାନ ଦେଇଛନ୍ତି ।

ଆଜିର ସମୟରେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଆମକୁ ଏହି ବ୍ୟକ୍ତିବିଶେଷଙ୍କ ବିଚାରକୁ ସ୍ମୃତିଚାରଣ କରି ଓଡିଶାକୁ ଆଗକୁ ନେବା ପାଇଁ ପଡିବ ଏବଂ ସମାଜରେ ୱେଲଥ୍ କ୍ରିଏସନ କରିବା ପାଇଁ ଉଦ୍ୟମୀଙ୍କ ଦାୟିତ୍ୱକୁ ବଢ଼ାଇବାକୁ ହେବ । ଧରିତ୍ରୀ ଖବରକାଗଜ ନିରନ୍ତର ୪୭ ବର୍ଷ ଧରି ଓଡ଼ିଶାର ସାମାଜିକ,ରାଜନୈତିକ,ଅର୍ଥନୈତିକ ମତକୁ ଦାୟିତ୍ୱ ୂର୍ଣ୍ଣ ଗଣମାଧ୍ୟମ ଭାବରେ ପରିବେଷଣ କରୁଛି ବୋଲି ଶ୍ରୀ ପ୍ରଧାନ କହିବା ସହ ଆଜିର ‘ବିଜନେସ୍ ଏମିନେନ୍ସ ଆୱାର୍ଡ୍ସ’ କାର୍ଯ୍ୟକ୍ରମ ପାଇଁ ଧରିତ୍ରୀ ଏବଂ ଓଡିଶା ପୋଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ଓ ଏହାସହ ଜଡ଼ିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ‘ବିଜନେସ୍ ଏମିନେନ୍ସ ଆୱାର୍ଡ୍ସ’ରେ ସମ୍ମାନିତ ହୋଇଥିବା ସଫଳ ଉଦ୍ୟୋଗୀଙ୍କୁ ସେ ଅଭିନନ୍ଦନ ଦେଇଛନ୍ତି ।

Leave A Reply

Your email address will not be published.