ଏବେଠୁ ଜଳିଲାଣି : ୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର

156

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ପାରଦ । ପ୍ରଚଣ୍ଡ ଖରା ଯୋଗୁଁ ତନ୍ଦୁରିଭାଟି ହୋଇଛି ରାଜ୍ୟର ୨୩ ସହର । ଖରା କାରଣରୁ ଲୋକେ ଏବେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ଘରୁ ବାହାରିବା ସମୟରେ ହାତରେ ଛତା ଏବଂ ପାଣି ସାଙ୍ଗରେ ନେଇ ବାହାରୁଛନ୍ତି । ତେବେ ଯଦି ଦେଖିବା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ବୋଲି ସୂଚନା ମିଳିଛି ।

ଆଞ୍ଚଳିକ ପାଣିାଗ କେନ୍ଦ୍ର ସୂଚନା ଅନୁଯାୟୀ ରାଜ୍ୟର ୧୪ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିବା ବେଳେ ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବୌଦ୍ଧରେ ୪୦.୦୮ ଡିଗ୍ରୀ,ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ, ବଲାଙ୍ଗୀରରେ ୪୦.୦୪ ଡିଗ୍ରୀ, ସୋନପୁରରେ ୪୦.୦୨ ଡିଗ୍ରୀ, ଅନୁଗୁଳରେ ୪୦.୦୧ ଡିଗ୍ରୀ ତାପମାତ୍ରା ରହିଛି । ସେହିଭଳି ବାରି ଦା, ଟିଟଲାଗଡ଼, ମାଲକାନାଗିରି ଏବଂ ନୟାଗଡ଼ରେ ୪୦.୦ ଡିଗ୍ରୀ ତାପମାତ୍ରା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାରଦ ବଢିବ ।

ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ତାପମାତ୍ରା ବଢିବାକୁ ଥିବାବେଳେ ବାକି ଜିଲ୍ଲାଗୁଡିକରେ ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିାଗ କେନ୍ଦ୍ର । ୨୯ ଓ ୩୦ ତାରିଖ ବେଳକୁ ଉତ୍ତର ଉପକୂଳ ଓଡ଼ିଶାରେ କାଳବେଶାଖୀ ଜନିତ ବର୍ଷା ବା ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି । ବିଶେଷକରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ଷା ପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସହରରେ ଗ୍ରୀଷ୍ମ୍ରବାହ ଜାରି ରହିବ । ରାଜଧାନୀ ଭୁବନେଶ୍ୱର ସମେତ ମାଲକାନଗିରି ଏବଂ ବାରିଦାରେ ୪୦ଡିଗ୍ରୀରୁ ଉପରେ ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣି ।ଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅଧିକାଂଶ ସହରର ତାପମାତ୍ରା ୩୭ରୁ ୪୦ଡିଗ୍ରୀ ମଧ୍ୟରେ ରହିବ ।

Leave A Reply

Your email address will not be published.