ବାଟ ମହାବୀର ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ : ବନ୍ଦ ରହିଲା ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା

172

ସାକ୍ଷିଗୋପାଳ : ମହା ବିଷୁବ ସଂକ୍ରାନ୍ତୀ ଅବସରରେ ପୁରୀ-ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ସାକ୍ଷିଗୋପାଳ ବ୍ଲକ୍ ଛକ ସ୍ଥିତ ବାଟ ମହାବୀର ମନ୍ଦିରରେ ଆଜି ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ହନୁମାନଙ୍କ ସିନ୍ଦୁର ମାଜଣା ଓ ସ୍ୱତନ୍ତ୍ର ପୂଜା ନୀତି ଜାରୀ ରଖିଛନ୍ତି ପୂଜକ ତଥା ସେବକ ମାନେ । ଶ୍ରଦ୍ଧାଳୁ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରି ମୁହଁରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ମହାବୀରଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ତେବେ ପ୍ରତିବର୍ଷ ସଂନ୍ଧ୍ୟାରେ ଏଠାରେ ଅନୁଷ୍ଠିତ ହେଉଥିବା ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା ଚଳିତ ବର୍ଷ ବନ୍ଦ ରହିବ । ମନ୍ଦିର ଚର୍ତୁପାଶ୍ୱର୍ରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ପ୍ରକାଶ ଥାଉ କି, ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତୀ ଅବସରରେ ବାଟ ମହାବୀର ପୀଠରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ ପ୍ରଶାସନର କରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ କମ୍ ରହିଛି ।

Leave A Reply

Your email address will not be published.