ପିପିଲି: ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଛି । କିଛି ଦିନ ପୂର୍ବରୁ ସେ କୋରାନରେ ଆକ୍ରାନ୍ତ ଥିଲେ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ସମୟରେ ଅଜିତଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା । ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି , ରମେଶ ଜେନା, ସନ୍ତୋଷ ସିଂହ ସାଲୁଜାଙ୍କ ସମେତ ଦଳର ବହୁ ନେତା ହସ୍ପିଟାଲରେ ପହଂଚିଛନ୍ତି ।
ସୂଚନା ଅନୁଯାୟୀ ସେ କୋରାନରେ ଆକ୍ରାନ୍ତ ଥାଇ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ୫୧ ବୟସରେ ତାଙ୍କର ପରଲୋକ ହୋଇଛି । ସେପଟେ ବର୍ତମାନ ପିପିଲି ନିର୍ବାଚନ ପ୍ରଚାର ବନ୍ଦ ରହିବ ବୋଲି ଜଣାପଡିଛି।