୩ ଶାବକ ଜନ୍ମ ଦେଲା ବାଘୁଣୀ ମେଘା

161

ଭୁବନେଶ୍ୱର: ନନ୍ଦନକାନନରେ ଥିବା ବାଘୁଣୀ ମେଘା ମଙ୍ଗଳବାର ରାତିରେ ୩ ଟି ଛୁଆ ଜନ୍ମ ଦେଇଛି । ମହାବଳ ବାଘ ନନ୍ଦନ ସହ ମିଳନରେ ଏହି ଶାବକମାନେ ଜନ୍ମ ନେଇଥିବା ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ବାଘଛୁଆଙ୍କୁ ବର୍ତମାନ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି । ବାଘୁଣୀ ମେଘା ଓ ଶାବକମାନେ ସୁସ୍ଥ ଅଛନ୍ତି । ନୂଆ ଅତିଥିଙ୍କ ଆଗମନ ସହ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୩୦ରେ ପହଁଚିଛି । ଏହାପୂର୍ବରୁ ଗତ ମାସ ୨୮ ତାରିଖରେ ବାଘୁଣୀ ବିଜୟା ତିନିଟି ଶାବକ ଜନ୍ମ ଦେଇଥିଲା । ବର୍ତମାନ ନନ୍ଦନକାନନରେ ୭ଟି ଧଳା ବାଘ, ୪ଟି କଳା ବାଘ ବା ମେଲାନିଷ୍ଟିକ୍ ବାଘ ଓ ୧୩ଟି ବଡ ମହାବଳ ବାଘ ଅଛନ୍ତି ।

Leave A Reply

Your email address will not be published.