ଭାରତରୁ ଠାବ ହେଲା ପାକିସ୍ତାନୀ ମୋବାଇଲ ନେଟୱର୍କ ସିଗ୍ନାଲ୍

170

ନୂଆଦିଲ୍ଲୀ :ହିମାଚଳପ୍ରଦେଶର ଧର୍ମଶାଳା ଅନ୍ତର୍ଗତ କଙ୍ଗ୍ରା ଜିଲ୍ଲାରୁ ଠାବ ହେଇଛି ପାକିସ୍ତାନୀ ସେଲୁଲାର ନେଟୱର୍କ ସିଗ୍ନାଲ୍ସ । କଙ୍ଗ୍ରା ଜିଲ୍ଲାର କାରେରି ଅଞ୍ଚଳରେ ପାକିସ୍ତାନୀ ମୋବାଇଲ ଫୋନ୍ ନେଟୱର୍କ ଉପଲବ୍ଧ ହେଉଥିବା କଥାକୁ ପ୍ରଶାସନ ଟେଲିକମ୍ୟୁନିକେସନ ବିଭାଗକୁ ଜଣାଇ ଦେଇଛି । ପୁଲିସ୍ ପକ୍ଷରୁ କୁହାଯାଇଛି ଯେ କାରେରି ହ୍ରହ୍କୁ ଟ୍ରେକିଂ ପାଇଁ ଯାଇଥିବା ଲୋକଙ୍କ ଫୋନ୍ରେ ପାକିସ୍ତାନୀ ନେଟୱର୍କ ସିଗ୍ନାଲ୍ସ ଠାବ ହୋଇଛି । ଏହି ହ୍ରଦ ସମୁଦ୍ର ପତନରୁ ୨୯୦୦ ମିଟିର ଉପରେ ରହିଥିବା ବେଳେ ଧର୍ମଶାଳାଠାରୁ ୨୬ କିମି ଦୂର । ହ୍ରହକୁ ଯାଇଥିବା ଲୋକମାନେ ଅଧିକାରୀମାନଙ୍କୁ କହିଛନ୍ତି ଯେ ହଠାତ୍ ଭାରତରେ ମିଳୁଥିବା ସିଗ୍ନାଲ୍ସ ବନ୍ଦ ହୋଇଯିବାକୁ ସେମାନଙ୍କ ଫୋନ୍ରେ ପାକିସ୍ତାନୀ ନେଟୱର୍କର ସିଗ୍ନାଲ୍ସ ଉପଲବ୍ଧ ହୋଇଥିଲା ।
ଉକ୍ତ ସିଗ୍ନାଲ ଏତେ ଶକ୍ତିଶାଳୀ ଥିଲା ଯେ ସେଠାରେ ଉପସ୍ଥିତ ଲୋକଙ୍କ ଫୋନ୍ ଭାରତୀୟ ସମୟ ବଦଳରେ ପାକିସ୍ତାନ ସମୟ ଦେଖାଇବା ଆରମ୍ଭ କରିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,ଧର୍ମଶାଳା ଠାରୁ ପାକିସ୍ତାନ ସୀମା ପ୍ରାୟ ୧୪୦ କିମି । ଅନ୍ତର୍ଜାତୀୟ ନିୟମ ଅନୁସାରେ ସୀମାନ୍ତର ୫୦୦ ମିଟିର ଦୂରତା ମଧ୍ୟରେ ହିଁ ଗୋଟିଏ ଦେଶର ନେଟୱର୍କ ଅନ୍ୟ ଦେଶରେ ମିଳିପାରିବ । କିନ୍ତୁ ୧୪୦ କିମି ଦୂରରେ କେମିତି ପାକିସ୍ତାନ ନେଟୱର୍କ ମିଳୁଛି, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ଯେ ଧର୍ମଶାଳାରେ ପାକିସ୍ତାନ ସିଗ୍ନାଲ୍ସ ଉପଲବ୍ଧ ହୋଇନାହିଁ ।

Leave A Reply

Your email address will not be published.