ସରକାରଙ୍କ ତରଫରୁ ବିଦ୍ୟାଳୟ ଭିତ୍ତିଭୂମିକୁ ରୂପାନ୍ତରିତ କରିବା ପାଇଁ କଟକ ଜିଲ୍ଲାପାଳଙ୍କ ଗସ୍ତ

234

ନିଶ୍ଚିନ୍ତକୋଇଲି : ସରକାରଙ୍କ ତରଫରୁ କିଛି ବିଦ୍ୟାଳୟ ଭିତିଭୂମିକୁ ରୂପାନ୍ତରିତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ ଶୁକ୍ରବାର ଦିନ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକର ଅସୁରେଶ୍ୱର ଉଚ୍ଚବିଦ୍ୟାଳୟ ଓ ମାହାଙ୍ଗା ବ୍ଲକର ଝାଡେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥଲେ । ଜିଲ୍ଲାପାଳ ଶ୍ରୀ ଚଇନିଙ୍କ କହିବା ଅନୁଯାୟୀ ସରକାରଙ୍କ ତରଫରୁ କିଛି ବିଦ୍ୟାଳୟକୁ ରୂପାନ୍ତରିତ ବିଦ୍ୟାଳୟରେ ପରିଣତ କରାଯିବା ପାଇଁ ଯୋଜନା ରହିଛି । ଯେଉଁ ବିଦ୍ୟାଳୟରେ ଉନତମାନର ଭିତ୍ତିଭୂମି ଅଛି, ସୁସ୍ଥ ପରିବେଶ,ଉନତମାନର ଶୌଚାଳୟ,ଇକ୍ଲାସ ରୁମ ଅଛି ଓ ବିକଶିତ ଲାଇବ୍ରେରୀ ଗୃହ ରହିଛି ସେହି ବିଦ୍ୟାଳୟ ଗୁଡିକୁ ସରକାରଙ୍କ ତରଫରୁ ରୂପାନ୍ତରିତ କରାଯିବା ସହ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରାଯିବା ପାଇଁ ଭିତ୍ତିଭୂମିର ବିକାଶ କରାଯିବ ବୋଲି ଶ୍ରୀ ଚଇନି ମତବ୍ୟକ୍ତ କରିଥିଲେ । ଶ୍ରୀଚଇନିଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ,ବିଡ଼ିଓ କର୍ଣ୍ଣଦେଵ ସମାଦାର, ତହସିଲଦାର ମାନସ ରଞ୍ଜନ ତରାସିଆ,ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ, ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ, ସରପଂଚ ମହେଶ୍ୱର ବାରିକ, ପ୍ରଧାନଶିକ୍ଷକ ପରେସ ଚନ୍ଦ୍ର ପାତ୍ର, ସିଆରସିସି ଅଲେଖ ଚନ୍ଦ୍ର ବାରିକଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.