ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ

159

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ରୁଗତ ୩ ଦିନ ତଳେ ମାଓବାଦୀମାନେ ଅପହରଣ କରିନେଇଥିବା ପୋଲିସ ଏସ ଆଇ ମୁରଲୀ ତାତିକୁ ମାଓବାଦୀ ମାନେ ପ୍ରଜାକୋର୍ଟ କରି ହତ୍ୟା କରିଥିବା ଜଣାପଡିଛି । ଆଜି ତାଙ୍କ ମୃତଦେହ ଗଙ୍ଗାଲୁର ଥାନା ଅନ୍ତର୍ଗତ କୁସୁମପାରା ନିକଟରୁ ଉଦ୍ଧାର ହୋଇଥିବା ବିଜାପୁର ଆରକ୍ଷୀ ଅଧିକ୍ଷକ କମଳଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ମୃତ ଦେହ ନିକଟରେ ତାଙ୍କୁ ହତ୍ୟା କରିବା ପଛରେ ରହିଥିବା କାରଣ ସମ୍ପର୍କରେ ଏକ ପୋଷ୍ଟର ଛାଡି ଯାଇଛନ୍ତି । ସେଥିରେ ୨ 00୬ ମସିହାରୁ ମାଓବାଦୀ ବିରୋଧୀ ସଲବା ଜୁଡମରେ ରହି ସେ ପୋଲିସ ପାଇଁ କାମ କରି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଉଥିଲା । ପ୍ରକାଶ ଥାଉକି ଏସ ଆଇ ଶ୍ରୀ ତାତି ଜଗଦଳପୁରରେ କାର୍ଯ୍ୟ କରୁଥିଲେ । ସେ ଛୁଟିରେ ନିଜ ଗାଁ କୁ ଯାଇଥିଲେ । ଗତ ୨୧ ତାରିଖ ଅପରାହ୍ନ ଚାରି ଟା ବେଳେ ସେ ଗାଁ ନିକଟରେ ଚାଲି ଥିବା ମେଳା ଦେଖିବାକୁ ଯାଇଥିବାବେଳେ ମାଓବାଦୀ ମାନେ ପାଲନାର ଗ୍ରାମ ଠାରୁ ତାଙ୍କୁ ଅପହରଣ କରି ନେଇଥିଲେ । ଗତ କାଲି ତାଙ୍କ ସ୍ତ୍ରୀ ଓ ଭାଇ ମାଓବାଦୀଙ୍କୁ ସୁରକ୍ଷିତ ଭାବେ ଏସ ଆଇ ଶ୍ରୀ ତାତି ଙ୍କୁ ଛାଡି ଦେବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.