ଅପରେସନ ପ୍ରହାରକୁ ବିରୋଧ କରି ପାସେଞ୍ଜର ଟ୍ରେନ ଅଟକାଇଲେ ମାଓବାଦୀ

161

ମାଲକାନଗିରି : ଅପରେସନ ପ୍ରହାରକୁ ବିରୋଧ କରି ମାଓବାଦୀ ସଂଗଠନ ୨୬ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହା ପୂର୍ବରୁ ମାଓବାଦୀ ମାନେ ବିଶାଖାପାଟଣା ଠାରୁ ଛତିଶଗଡ଼ ରାଜ୍ୟ ଦନ୍ତେବାଡ଼ା ଜିଲ୍ଲା କିରଣ୍ଡୁଲକୁ ଯାଉଥିବା ପାସେଞ୍ଜର ଟ୍ରେନକୁ କିରଣ୍ଡୁଲ ଠାରୁ ୩0 କିଲୋମିଟର ପୂର୍ବରୁ ବଚେଲି ଓ ଭାନସି ଜଙ୍ଘଲ ରାସ୍ତାରେ ଗତକାଲି ରାତ୍ରରେ ଦୁଇ ଘଣ୍ଟା ଧରି ଅଟକ ରଖିବା ପରେ ଟ୍ରେନରୁ ଗୋଟିଏ ବଗି ଓ ଇଂଜିନକୁ ଅଲଗା କରି ଦେବାସହ ଯାତ୍ରୀମାନଙ୍କୁ ବନ୍ଦ ନେଇ ପୋଷ୍ଟର ବାଣ୍ଟି ଥିଲେ ଏବଂ ଟ୍ରେନରେ ପୋଷ୍ଟର, ବ୍ୟାନର ଲଗାଇ ସୁରକ୍ଷିତ ଭାବେ ସମସ୍ତଙ୍କୁ ଛାଡିଦେଇଥିଲେ । ସହ ସହ ସଂଖ୍ୟାରେ ମାଓବାଦୀଙ୍କୁ ଦେଖି ଯାତ୍ରୀ ମାନେ ଭୟଭୀତ ହୋଇପଡ଼ିଥିଲେ । ଆଜି ସକାଳୁ ଯବାନ ମାନେ ଘଟଣା ସ୍ଥଳକୁ ଯାଇ ଅଟକି ଥିବା ବଗି ଓ ଇଂଜିନଙ୍କୁ କିରଣ୍ଡୁଲ ଆଣିଥିଲେ ।

Leave A Reply

Your email address will not be published.