କନ୍ଧମାଳ ଜିଲ୍ଲାରେ ନୂଆ ୬୧ କରୋନା ପଜିଟିଭ୍ ଚିହ୍ନଟ

202

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ କରୋନାର ଦ୍ୱିତୀୟ ଲହର ଜାରୀ ରହିଛି । ଜିଲ୍ଲାରୁ ଆଜି ନୂଆ ୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୭ କୁ ବୃଦ୍ଧି ପାଇଛି ।

ନୂଆ ଚିହ୍ନଟ ଏହି ୬୧ ଆକ୍ରାନ୍ତଙ୍କ ମଧ୍ୟରେ ଫୁଲବାଣୀ ବ୍ଲକରୁ ୨୨ ଜଣ, ବାଲିଗୁଡ଼ାରୁ ୧୧, ଚକାପାଦରୁ ୨ ଜଣ, ଘୁ. ଉଦୟଗିରିର ୬ ଜଣ, କେ. ନୂଆଗାଁରୁ ଜଣେ, ରାଇକିଆ ବ୍ଲକରୁ ୫ ଜଣ, ଦାରିଙ୍ଗବାଡ଼ିରୁ ୪ ଜଣ, ତୁମୁଡ଼ିବନ୍ଧରୁ ୩ ଜଣ, ଟିକାବାଲି ବ୍ଲକରୁ ଜଣେ ଏବଂ କନ୍ଧମାଳ ଜିଲ୍ଲାର ଦୁଇ ଜଣ ଭୁବନେଶ୍ୱରରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତକାଲି ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୬୧ ଜଣ ସୁସ୍ଥ ହୋଇଛନ୍ତି । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫ ରହିଥିବା ବେଳେ ୪୨୧ ଜଣ ସଂକ୍ରମିତ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.