ତୃତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ୧୮-୪୪ ବର୍ଷ ବର୍ଗରେ ୮୬ ହଜାରରୁ ଅଧିକ ହିତାଧିକାରୀଙ୍କ ଟିକାକରଣ

174

-ଗତ ୨୪ ଘଂଟା ମଧ୍ୟରେ ୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ ଭାରତରେ କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସରକାର ମିଳିତ ଭାବେ ପ୍ରତିରୋଧ, କେଂଟନମେଂଟ ଏବଂ କୋଭିଡ ପରିଚାଳନା କ୍ଷେତ୍ରରେ ପାଂଚ ସୂତ୍ରୀ ରଣନୀତି ଆଦରିଛନ୍ତି । ପାଂଚ ସୂତ୍ରୀ ରଣନୀତିରେ ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍ ଏବଂ କୋଭିଡ ପରିଚାଳନା ମଧ୍ୟରେ ଟିକାକରଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।

ଗତକାଲି (୧ ମେ ୨୦୨୧)ରୁ କୋଭିଡ-୧୯ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏପ୍ରିଲ ୨୮ ତାରିଖରୁ ଏହି ପର୍ଯ୍ୟାୟ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି । ଗତକାଲି ଠାରୁ କୋଭିଡ-୧୯ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଦେଶରେ ମୋଟ ଟିକାକରଣ ୧୫.୬୮ କୋଟିକୁ ଅତିକ୍ରମ କରିଯାଇଛି ।

୧୧ ରାଜ୍ୟରେ ୧୮-୪୪ ବର୍ଷ ବୟସ ବର୍ଗର ୮୬,୦୨୩ ଜଣ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏସବୁ ରାଜ୍ୟ ହେଲା ଛତିଶଗଡ଼ (୯୮୭), ଦିଲ୍ଲୀ (୧,୪୭୨), ଗୁଜରାଟ (୫୧୬୨୨), ଜମ୍ମୁ ଏବଂ କାଶ୍ମୀର (୨୦୧),କର୍ଣ୍ଣାଟକ (୬୪୯), ମହାରାଷ୍ଟ୍ର (୧୨,୫୨୫), ଓଡ଼ିଶା (୯୭), ପଞ୍ଜାବ (୨୯୮), ରାଜସ୍ଥାନ (୧୮୫୩), ତାମିଲନାଡ଼ୁ (୫୨୭) ଏବଂ ଉତ୍ତର ପ୍ରଦେଶ (୧୫,୭୯୨) ।

ଆଜି ସକାଳ ୭ଟା ସୁଦ୍ଧା ୨୨,୯୩,୪୯୦ ସେସନରେ ଦେଶରେ ମୋଟ ୧୫,୬୮,୧୬,୦୩୧ କୋଟି ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ, ୯୪,୨୮,୪୯୦ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୨,୬୫,୩୯୭ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧,୨୭,୫୭,୫୨୯ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୯,୨୨,୦୯୩ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧୮-୪୫ ବର୍ଷ ବୟସ ବର୍ଗରେ ୮୬,୦୨୩ ଜଣଙ୍କୁ ପ୍ରଥମ ଡୋଜ୍‌, ୬୦ ବର୍ଷରୁ ଅଧିକ ବୟସର ୫,୨୬,୧୮,୧୩୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୧,୧୪,୪୯,୩୧୦ ଜଣଙ୍କୁ ଦ୍ୱିତୀୟ ଡୋଜ୍‌, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୫,୩୨,୮୦,୯୭୬ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୪୦,୦୮,୦୭୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

ଦେଶରେ ହୋଇଥିବା ମୋଟ ଟିକାକରଣର ୬୭.୦୦% ଟିକା ଦିଆଯାଇଛି ୧୦ଟି ରାଜ୍ୟରେ । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୮ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି । ଟିକାକରଣ ଅଭିଯାନର ୧୦୬ତମ ଦିବସ (୦୧ ମେ, ୨୦୨୧)ରେ ୧୮,୨୬,୨୧୯ ଡୋଜ୍ ଟିକା ଦିଆଯାଇଛି । ୧୫,୯୬୮ ସେସନରେ ୧୧,୧୪,୨୧୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୭,୧୨,୦୦୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଭାରତରେ ମୋଟ ୧,୫୯,୯୨,୨୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ଏବେ ୮୧.୭୭% ରହିଛି ।
ଗତ ୨୪ ଘଂଟା ମଧ୍ୟରେ ୩,୦୭,୮୬୫ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୫.୫୯% ଦଶ ରାଜ୍ୟରୁ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩,୯୨,୪୮୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏଥିରୁ ୭୨.୭୨% ମାମଲା ଆସିଛି ମହାରାଷ୍ଟ୍ର. ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ ରାଜସ୍ଥାନ ଆଦି ଦଶ ରାଜ୍ୟରୁ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୩,୨୮୨ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ କର୍ଣ୍ଣାଟକରେ ୪୦,୯୯୦ ଏବଂ କେରଳରେ ୩୫,୬୩୬ ମାମଲା ଚିହ୍ନଟ ହୋଇଛି ।
ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩,୯୨,୪୮୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଏଥିରୁ ୭୨.୭୨% ମାମଲା ଆସିଛି ମହାରାଷ୍ଟ୍ର. ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ ରାଜସ୍ଥାନ ଆଦି ଦଶ ରାଜ୍ୟରୁ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୩,୨୮୨ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ କର୍ଣ୍ଣାଟକରେ ୪୦,୯୯୦ ଏବଂ କେରଳରେ ୩୫,୬୩୬ ମାମଲା ଚିହ୍ନଟ ହୋଇଛି । ଜାତୀୟ ମୃତ୍ୟୁହାର ହ୍ରାସ ପାଇ ଏବେ ୧.୧୦%ରେ ରହିଛି ।

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩,୬୮୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ନୂଆ ମୃତ୍ୟୁ ମଧ୍ୟରୁ ୭୬.୦୧% ମୃତ୍ୟୁ ହୋଇଛି ଦଶ ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୮୦୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପଛକୁ ଦିଲ୍ଲୀରେ ୪୧୨ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.