ଦୁଇ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ

186

ଜୟପୁର : କୋରାପୁଟ ଜିଲ୍ଲା ତଥା ଜିଲା ବାହାର ପୋଲିସର ମୋଷ୍ଟ ଓ୍ବାଂଟେଡ୍ ତାଲିକାରେ ଥିବା ଦୁଇ କୁଖ୍ୟାତ ଗଞ୍ଜେଇ ମାଫିଆ ତଥା ଅପରାଧୀ ରବୀନ୍ଦ୍ର ଖିଲ ଓରଫ ରେଙ୍ଗା, ଚନ୍ଦରୁ ବାଘ ଓରଫ ରାମଚନ୍ଦ୍ରଙ୍କୁ ଲକ୍ଷ୍ମୀପୁର ପୋଲିସ ସହାୟତାରେ ଗିରଫ କରାଯାଇଛି । ଯାହାକି ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି ଜୟପୁର ଏସଡ଼ିପିଓ ଅରୁପ ଅବିଶେକ ବେହେରା ।

ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଏହି ଦୁଇ ଜଣ କୁଖ୍ୟାତ ଗଞ୍ଜେଇ ମାଫିଆ । ଉଭୟଙ୍କ ବିରୋଧରେ ଜୟପୁର ଟାଉନ, ଜୟପୁର ସଦର ସମେତ ଜିଲାର ବିଭିନ୍ନ ଥାନାରେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ମାମଲା ରହିଛି। ରବୀନ୍ଦ୍ର ଖିଲଙ୍କ ଘର ପଟାଙ୍ଗି ବ୍ଲକର ମାଛକୁଣ୍ଡ ଥାନା ଅଞ୍ଚଳରେ ବୋଲି ଜଣାପଡିଛି । ଆଜି ତାଙ୍କୁ ଲକ୍ଷ୍ମୀପୁର ପୋଲିସ ଗିରଫ କରିଛି । ସେହିଭଳି ଚନ୍ଦରୁ ବାଘଙ୍କ ଘର ଜୟପୁର ଟାଉନ ଥାନା ଅଧୀନସ୍ଥ ଢେପଗୁଡ଼ା ଅଞ୍ଚଳରେ । ଚନ୍ଦରୁ ବାଘଙ୍କ ନାମରେ ଗଜପତି ଜିଲା ମୋହନା ଥାନାରେ ମାମଲା ରହିଥିବାରୁ ତାଙ୍କୁ ଆଜି ମୋହନା ପୋଲିସ ଥାନା ହାଜତକୁ ନେଉଛି । ଚନ୍ଦରୁ ବାଘଙ୍କୁ ଜୟପୁର ପୋଲିସ ମଧ୍ୟ ରିମାଣ୍ଡରେ ଆଣି ପଚରା ଉଚରା କରିବ ବୋଲି ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୁପ ଅବିଶେକ ବେହେରା ।

Leave A Reply

Your email address will not be published.