ଭୁବନେଶ୍ୱରରେ ୨ ଦିନରେ ୧୯୦୨ କରୋନା ପଜିଟିଭ୍

176

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ୨ ଦିନରେ ୧୯୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ଦିନ ୧୦୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ୮୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ଦିନ ୧୨୧ କ୍ୱାରେଂଟାଇନ୍ ଓ ୯୭୨ ଲୋକାଲ ମାମଲା ରହିଥିବା ବେଳେ ରବିବାର ଦିନ ୧୧୯ ଜଣ କ୍ୱାରେଂଟାଇନ୍ ରୁ ଓ ୬୯୦ ଜଣ ସ୍ଥାନୀୟ ମାମଲା ଚିହ୍ନଟ ହୋଇଛନ୍ତି । ସେହିପରି ୨ ଦିନରେ ମୋଟ ୧୧୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୩୧୭କୁ ବୃଦ୍ଧି ପାଇଛି । ସୁସ୍ଥଙ୍କ ସଂଖ୍ୟା ୩୭୬୫୨ ରହିଛି ଏବଂ ବର୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୭୮ ରହିଛି । ଅପରପକ୍ଷରେ ଏପର୍ଯ୍ୟନ୍ତ ୨୬୬ ଜଣ ମୃତ୍ୟୁବରଣ କରିସାରିଛନ୍ତି ।

Leave A Reply

Your email address will not be published.