ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ୩ ଜଣ ମନୋନୀତ

195

ଗଞ୍ଜାମ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ପ୍ରାୟ ୨୩ ଜଣ ସିଣ୍ଡିକେଟ୍ ସଭ୍ୟ ରହିଥିବା ବେଳେ ବର୍ତମାନ ସୁଦ୍ଧା ୧୨ ଜଣଙ୍କୁ ଚୟନ କରାଯାଇଛି । ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଚିଠି ନଂ ୧୯୦୧୭/୩୦.୦୪.୨୧ ପ୍ରକାରେ ୩ ଜଣଙ୍କୁ ମନୋନୀତ କରାଯାଇଛି । ସାଧାରଣ ବର୍ଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଇ.ଆର. ଆଣ୍ଡ ପି.ଏମ୍‌. ବିଭାଗର ଅବସରପ୍ରାପ୍ତ ପ୍ରଫେସର ଭବାନୀପ୍ରସାଦ ରଥ, ଅନୁସୂଚିତ ଓ ଜନଜାତି ବର୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜିଓଗ୍ରାଫି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର କବିରମୋହନ ସେଠି ଏବଂ ମହିଳା ବର୍ଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡଃ. ଅମିତା କୁମାରୀ ଚୌଧୁରୀ ମନୋନୀତ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗୃହ ବିଭାଗର ପ୍ରଫେସର ଅରୁନ୍ଧତୀ ରଥ ରେଭେନ୍ସା ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସଭ୍ୟ ଭାବେ ଚୟନ ହୋଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ନଂ ୧୯୦୪୧/ ୩୦.୦୪.୨୧ ରେ ଉଲ୍ଲେଖ ରହିଛି । ଏମାନେ ୪ ବର୍ଷ ପର୍ଯ୍ୟନ୍ତ ଦାୟୀତ୍ୱରେ ରହିବେ । ପ୍ରଫେସର ରଥ ପିଜି କାଉନସିଲ୍ ଅଧ୍ୟକ୍ଷା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସଭ୍ୟ ରହିଛନ୍ତି ।

Leave A Reply

Your email address will not be published.