କନିସି ହାଟକୁ ୭ ଦିନ ପାଇଁ ମିନି କଂଟେନମେଂଟ ଜୋନ୍ ଘୋଷଣା : ରଙ୍ଗେଇଲୁଣ୍ଡା ବ୍ଲକର ୧୪ ଗ୍ରାମ ରେଡ୍ ଜୋନ୍ ରେ

181

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର କନିସି ହାଟକୁ ମିନି କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ହାଟରେ ଭିଡ଼ ହୋଇଥିବା ଯୋଗୁଁ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ତହସିଲଦାର ଏହି ଇଲାକାକୁ ଗତକାଲି ଠାରୁ ୭ ଦିନ ପାଇଁ ମିନି କଂଟେନମେଂଟ ଜୋନ୍ ଘୋଷଣା କରିଛନ୍ତି ।

ସେହିପରି ବ୍ଲକର ୧୪ଟି ଗ୍ରାମ ବର୍ତମାନ ରେଡ୍ ଜୋନ୍ ରେ ଥିବା ବେଳେ ୨୧ ଜଣ ପଜିଟିଭ୍ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଘରକୁ ଆର.ଆର.ଟି. ପରିଦର୍ଶନ କରୁଥିବା ଜଣାପଡିଛି । ପ୍ରତିଦିନ ଦିନ ଅଂଚଳରୁ ୧୦୦ ରୁ ଉର୍ଦ୍ଧ୍ୱ ଟେଷ୍ଟିଂ ହେଉଥିବା ବେଳେ ନିୟମାବଳୀ ବିଷୟରେ ସଚେତନତା ଯୋଗୁଁ ପ୍ରତିଦିନ ଦିନ ବ୍ୟାପଷ୍କରାଯାଉଛି ବିଡ଼ିଓ ପ୍ରଶନ୍ନ କୁମାର ପାତ୍ର ସୂଚନା ଦେଇଛନ୍ତି ।

ବିଭିନ୍ନ ରାଜ୍ୟରୁ ଏଯାଏଁ ସମ୍ପୃକ୍ତ ଅଂଚଳକୁ ୧୩୩୦ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୫୭୬ ଜଣ ଆକ୍ରାନ୍ତ ହୋଇ ପରବର୍ତି ସମୟରେ ସୁସ୍ଥ ହୋଇ ଫେରିଥିବା ବେଳେ ସମ୍ପ୍ରତି ୪୫୪ ଜଣ ଘରୋଇ ସଙ୍ଗରୋଧରେ ରହିଛନ୍ତି ।

Leave A Reply

Your email address will not be published.