ଲକ୍ ଡାଉନ୍ ହେବା ପୂର୍ବରୁ ଟିଟିଲାଗଡରେ ପ୍ରଚଣ୍ଡ ଭିଡ଼ : ଭିଡ଼ ଦେଖି ଏସଡିପିଓ ନିଜେ କଲେ ଟ୍ରାଫିକ ନିୟନ୍ତ୍ରଣ

161

ଟିଟିଲାଗଡ଼ : ରାଜ୍ୟ ସରକାର ଆସନ୍ତା ପାଞ୍ଚ ତାରିଖରୁ ସାରା ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଆଜି ଚାରି ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ କିଣା ବିକା ପାଇଁ ସହରର ପ୍ରତ୍ୟେକ ଦୋକାନରେ ତଥା ରାସ୍ତା ଉପରେ ପ୍ରବଳ ଭିଡ଼ ହୋଇ ଟ୍ରାଫିକ ସମସ୍ୟା ଉପୁଜିଥିଲା । ରାଧାକୃଷ୍ଣ ମନ୍ଦିର ଛକ ଦେଇ ଏସଡିପିଓ ଶ୍ରୀସୁରେନ୍ଦ୍ର ନାଥ ଶତପଥୀ ଯାଉଥିବା ବେଳେ ଭିଡ଼ ଦେଖି ନିଜେ ଗାଡିରୁ ଓହ୍ଲାଇ ଦୋକାନ ମାନଙ୍କୁ ଯାଇ ଦୂରତା ଅବଲମ୍ବନ କରିବାକୁ କହିବା ସହ ରାଧାକୃଷ୍ଣ ମନ୍ଦିର ଛକରେ ନିଜେ ଛିଡା ହୋଇ ଟ୍ରାଫିକ ନିୟନ୍ତ୍ରଣ କରିବାର ଦେଖିବାକୁ ମିଳିଥିଲା । ଶ୍ରୀଶତପଥୀ ଆଜି ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କ ଦାୟିତ୍ଵ ତୁଲାଇବା ସହ ଅନ୍ୟ ଅଧିକାରୀ ମଧ୍ୟ ତାଙ୍କଠୁ ଶିଖିବା କଥା । ଲୋକଙ୍କ ସେବାରେ ଟିଟିଲାଗଡ଼ ଏସଡିପିଓ ସଦାବେଳେ ଜଡ଼ିତ । ସେ ଆଜି ଆଉ ଏକ ଲୋକଙ୍କ ପାଇଁ ତଥା ପୋଲିସ୍ ବିଭାଗ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

Leave A Reply

Your email address will not be published.