କରୋନାରେ ଦେହାନ୍ତ ହୋଇଥିବା ଶବକୁ ସସ୍କାର କଲେ ସ୍ଥାନୀୟ ପ୍ରଶାସନ

162

ସାଲେପୁର : ସାଲେପୁର ବ୍ଲକ ବୋଦାମୁଣ୍ଡାଇ ଗ୍ରାମ ପିକୋଳ ପଂଚାୟତ ଓ ବାରିଗୋଳ ପଞ୍ଚାୟତ ମଧ୍ୟସ୍ଥଳୀ ସ୍ୱର୍ଗତ ହରିହର ସାହୁଙ୍କ ପତ୍ନୀ ପ୍ରମିଳା ସାହୁ କରୋନାରେ ଦେହାନ୍ତ ହୋଇଛନ୍ତି । ଓଡିଶାକୁ ଆସିଥିବା କରୋନା ଦ୍ଵିତୀୟ ଲହରି ଏତେ ଭୟଙ୍କର ଯେ ଲୋକଙ୍କ ଜୀବନ ନେବାକୁ ପଛଉ ନାହିଁ, ପ୍ରମିଳା ହଠାତ ଦେହଖରାପ ହେବାରୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ କୋଭିଡି ଟେଷ୍ଟ କରିଥିଲେ । ସେଠାରେ ତାଙ୍କର ରିପୋର୍ଟରେ ପଜେଟିଭ ଆସିଲା ପରେ ଡାକ୍ତର ତାଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରମିଳା ଘରେ ରହିବା ସମୟରେ ହଠାତ ସ୍ୱାଶରୋଧ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବରଣ ପରେ ଶବକୁ ଦାହ ସଂସ୍କାର ପାଇଁ ରାଜି ହୋଇନଥିଲେ ଘର ଲୋକ କି ଗ୍ରାମବାସି, ସାଲେପୁର ପ୍ରଶାସନ ଶବକୁ କାନ୍ଦ ଦେଇଥିଲେ । ସାଲେପୁର ତହସିଲଦାର ଦିବ୍ୟଜୋତି ସ୍ମୃତିରଞ୍ଜନ ଦେଓ, ବିଡ଼ିଓ ଦେବରାଜ ସେଠି,ସାଲେପୁର ଆଇ ଆଇସି ବିଜୟକୁମାର ବିଶି, ଆସିଷ୍ଟାଣ୍ଟ ଇଞ୍ଜିନିଅର ବିଭୁତି ଭୂଷଣ ନାଏକ,ବାରିଗୋଳ ଏଜିଡି ଅଫିସର ଖିରୋଦ ଚନ୍ଦ୍ର ବାରିକ, ବାରିଗୋଳ ସରପଞ୍ଚ ପ୍ରତିନିଧି ସୁନୀଲକୁମାର ମହାପାତ୍ର, ପିକୋଳ ସରପଞ୍ଚ ରଞ୍ଜିତ କୁମାର ଦାସ (ଟୁଲୁ )ସବକୁ କାନ୍ଦରେ ନେଇ ଶବସଂସ୍କାର କରିଥିଲେ । ଏହିଭଳି ଦୁଃଖଦ ଖବର ପାଇ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଭାଇସ ଚେୟାରମ୍ୟାନ ରମେଶ କୁମାର ଜେନା, ଆତ୍ମାର ସଭାପତି ଦିଲ୍ଲୀପ କୁମାର ଦାସ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.