ସଟ୍ ଡାଉନ ରାତିରେ ଲୁଟେରା ସକ୍ରିୟ : ଭାଙ୍ଗିଲେ ଏଟିଏମ ମେସିନ୍

179

ଟାଙ୍ଗୀ : ଖୋରଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡାଘାଟ ଗଣେଶ ବଜାରରେ ସଟ୍ ଡାଉନ ଯୋଗୁଁ ଲୋକେ ଘରେ ରହୁଛନ୍ତି । ବଜାର ଘାଟ ଶୁନଶାନ । ଏହାର ସୁଯୋଗ ନେଇ ଗ୍ରାମାଞ୍ଚଳରେ ଲୁଟେରା ସକ୍ରିୟ ହୋଇଉଠିଛନ୍ତି । ଗତକାଲି ବିଳମ୍ବିତ ରାତିରେ କାନାଡା ବ୍ୟାଙ୍କ୍ର ଏଟିଏମ ମେସିନ୍କୁ ଲୁଟେରାମାନେ ଭାଙ୍ଗି ଦେଇଥିବା ନଜର ଆସିଛି । କିନ୍ତୁ, ଏଥିରୁ କେତେ ଟଙ୍କା ଲୁଟ୍ ହୋଇଛି, ତାହା ଜଣା ପଡିନି । ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକମାନେ ଏଟିଏମ ଭଙ୍ଗା ରୁଜା ଅବସ୍ଥାରେ ମୁକୁଳା ପଡିଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ପୋଲିସ୍ ଓ ବ୍ୟାଙ୍କ କର୍ମଚାରୀ ପହଂଚି ସିସିଟିଭି ଫୁଟେଜ୍ ଆଧାରରେ ତଦାରଖ କରୁଛନ୍ତି ।

Leave A Reply

Your email address will not be published.