ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୩୨ଜଣଙ୍କର ମୃତ୍ୟୁ,ମୃତ୍ୟୁ ସଂଖ୍ୟା ବଢି ୨୫୧୬ ହେଲା

165

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୩୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୫୧୬ ହୋଇ ଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟ ଅନୁସାରେ ଗତ ୨୪ ଘଂଟା ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଗଂଜାମ ଓ ଝାରସୁଗୁଡା ଜିଲ୍ଲାରେ ୪-୪ ଜଣଙ୍କର ମୃତ୍ୟୁ ଘଟିଛି ।

ଅନୁଗୁଳ, କଳାହାଣ୍ଡି ଓ ସୁନ୍ଦଋଗଡ ଜିଲ୍ଲାରେ ୩-୩ ଜଣ ମୃତ୍ୟୁବରଣ କରିଛନ୍ତି । ପୁରୀ, ଗଂଜାମ ଜିଲ୍ଲାରେ ୨-୨ ଜଣ ତଥା ବଲାଂଗୀର, କଟକ, କେନ୍ଦୁଝର, ନୟାଗଡ ଓ ସମ୍ବଲପୁର ଜିଲ୍ଲାରେ ୧-୧ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.