ଷଷ୍ଠଶ୍ରେଣୀ ଛାତ୍ରୀ ପ୍ରତିଭାଙ୍କ କମାଲ୍, କଣ୍ଟେନମେଣ୍ଟ ଜୋନ୍ ପାଇଁ ପ୍ରସ୍ତୁତ କଲେ ଆପ୍

184

ଗଞ୍ଜାମ : ମହାମାରୀ କରୋନା ଯୋଗୁଁ ଚିନ୍ତାରେ ସାରା ବିଶ୍ୱ । ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଛି । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣ ବ୍ୟାପୁଥିବା ସ୍ଥାନ ଵା କଣ୍ଟେନମେଣ୍ଟ ଜୋନକୁ ଚି଼ହ୍ନଟ ଲାଗି ଏକ ଆପ୍ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରତିଭା ପଲାଇ । ସେ ପୁଇଁତୋଳା ଗ୍ରାମର ପୂର୍ବତନ ଗଞ୍ଜାମ ଏନଏସି ଅଧ୍ୟକ୍ଷ ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ନାତୁଣୀ ତଥା ଭାରତୀୟ ସେନା ଓ ସାଇବର ସୁରକ୍ଷା ବିଶେଷଜ୍ଞ ଭୁପେଶ କୁମାର ପଲାଇଙ୍କ ଝିଅ । ବୈଷୟିକ ଜ୍ଞାନ କୌଶଳରେ ଏକ ନୂତନ ଆପ୍ଲିକେସନ ପ୍ରସ୍ତୁତ କରି ନିଜ ସହର ଓ ଗାଁ ପାଇଁ ସେ ଗୌରବ ଆଣିଛନ୍ତି । କରୋନା ଭାଇରସ୍ ହ୍ୟୁମାନ ଡ଼ିଟେକ୍ଟର ସିଷ୍ଟମ ନାମରେ ଏକ ଆପ୍ଲିକେସନ ( ଆପ୍ ) ଆଧାରିତ ଡିଭାଇସ ର ପ୍ରୋଟୋଟାଇପି ଦ୍ୱାରା ଲୋକଙ୍କୁ କଣ୍ଟେନମେଣ୍ଟ ଜୋନ୍ ଚି଼ହ୍ନଟ କରିବାରେ ସହାୟକ ହେବା ସହ ସଂକ୍ରମଣକୁ ରୋକା ଯାଇପାରିବ । ଯଦି କୌଣସି ବ୍ୟକ୍ତି କୌଣସି ଜୋନରେ ପ୍ରବେଶ କରନ୍ତି ତେବେ ଏକ ଶବ୍ଦ ସହ ଡିଭାଇସରେ ଥିବା ନାଲି ରଙ୍ଗର ଆଲୋକ ଚମକିବ । ପ୍ରତିଭା ଏବେ ଭୁବନେଶ୍ୱର ସ୍ଥିତ ବିକାଶ ଗ୍ଲୋବାଲ ସ୍କୁଲରେ ପଢୁଛନ୍ତି । ଆଗାମୀ ଦିନରେ ହସପିଟାଲ ପ୍ରତିଷ୍ଠା କରିବେ ଏବଂ ରୋବଟ୍ ମାଧ୍ୟମରେ ତାହା ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପ୍ରତିଭା ।
ପ୍ରକାଶଯୋଗ୍ୟ, ପ୍ରତିଭା ଅଲମ୍ପିକରେ ଜାତୀୟ ଓ ଅ।ନ୍ତର୍ଜାତୀୟ ସ୍ତରରେ ୧୫ ଟି ସ୍ଵର୍ଣ୍ଣ ପଦକ ଓ ଦୁଇଟି ରୌପ୍ୟ ହାସଲ କରିଛନ୍ତି ।

Leave A Reply

Your email address will not be published.