ସାତକୋଶିଆ ଇକୋ ରିଟ୍ରିଟରେ ନିଆଁ, ତିନୋଟି ଟେଂଟ ଜଳିଗଲା, ଅଳ୍ପକେ ବର୍ତିଲେ ପର୍ଯ୍ୟଟକ

139
ଭୁବନେଶ୍ୱର:  କଟକ ଜିଲ୍ଲା ସାତକୋଶିଆ ଠାରେ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ପକ୍ଷରୁ  ଆରମ୍ଭ କରା ଯାଇଥିବା ଇକୋ ରିଟ୍ରିଟରେ  ଅଗ୍ନିକାଣ୍ଡ  ହୋଇଥିବା ଜଣା ପଡିଛି । ଆଜି ସକାଳ ଭୋର ପାଂଚଟା ବେଳେ ଜିଲିଣ୍ଡା ରେଂଜରେ ଅଗ୍ନିକାଣ୍ଡ ଘଟି ତିନୋଟି ଟେଂଟ ଜଳି ଯାଇଥିବା ଜଣା ପଡିଛି । ଏହି ଅଗ୍ନିକାଣ୍ଡରେ କୌଣସି ପର୍ଯ୍ୟଟକଙ୍କ କ୍ଷତି  ହୋଇ ନାହିଁ । ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡି ନ ଥିଲେ ସୁଦ୍ଧା ଅଗ୍ନିକାଣ୍ଡ ସଟ ସର୍କିଟ କାରଣରୁ ହୋଇଥିବା ଅନୁମାନ କରା ଯାଉଛି ।
ରାଜ୍ୟର ପରିବହନ କମିଶନର ସଂଜୀବ  ପଣ୍ଡା ଓ ତାଙ୍କ ସ୍ତ୍ରୀ ତଥା  ଗୃହବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ମଧ୍ୟ ଏହି ଟେଂଟ ରେ ଥିଲେ । ସେଠାରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସଂଜୀବ ପଣ୍ଡା ନିଜେ ଟ୍ୱିଟ କରି ସୂଚନା ଦେବା ସହ ସମସ୍ତେ ସୁରକ୍ଷିତ ଥିବା ସେ କହିଥିଲେ ।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଦମକଳ ବାହିନୀ ଓ ପୋଲିସ ଟିମ ଘଟଣା ସ୍ଥଳକୁ ପହଂଚିଥିଲେ  ଓ ନିଆଁ ଲିଭା କାମରେ ଲାଗିଥିଲେ । ତେବେ ତିନୋଟି ଟେଂଟ ସମ୍ପୂର୍ଣ ଭାବେ ଜଳି ଯାଇଥିବା ଜଣା ପଡିଛି ।
ବିଜେଡି ବିଧାୟକ ଦେବୀ ମିଶ୍ର ଘଟଣା ସ୍ଥଳରେ ପହଂଚି ସ୍ଥିତିକୁ ଦେଖିଥିଲେ ।
ଅନ୍ୟ ପକ୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ଦିଆ ଯାଇଥିବା ସହ ଏହାର ଜାଂଚ କରା ଯାଉଥିବା କଥା ଟ୍ୱିଟ କରି କୁହା ଯାଇଛି ।
Leave A Reply

Your email address will not be published.