ଟିକାକରଣ ଅଭିଯାନରେ ବିନିଯୋଗ ହେଲାଣି ମୋଟ ୩୦.୭୯ କୋଟି ଡୋଜ ଟିକା
ନୂଆଦିଲ୍ଲୀ : ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନ ଅଧୀନରେ ଏ ପର୍ୟ୍ୟନ୍ତ ମୋଟ ୩୦.୭୯ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୦.୭୩ ଲକ୍ଷ ଟିକା ଡୋଜ ବିନିଯୋଗ ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା ୫୧,୬୬୭ ରହିଛି । ଭାରତର ମୋଟ ସକ୍ରିୟ କରୋନା ମାମଲା ସଂଖ୍ୟା ୬,୧୨,୮୬୮କୁ ହ୍ରାସ ପାଇଛି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ ୨,୯୧,୨୮,୨୬୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୪,୫୨୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
କ୍ରମାଗତ ୪୩ ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି । ସୁସ୍ଥତା ହାର ୯୬.୬୬ ପ୍ରତିଶତକୁ ବୃଦ୍ଧି ପାଇଛି ।
ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା ୩.୦୦ ପ୍ରତିଶତରେ ରହିଛି । ଦୈନିକ ପଜିଟିଭିଟି ହାର ୨.୯୮ ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ ୧୮ ଦିନ ମଧ୍ୟରେ ୫ ପ୍ରତିଶତରୁ କମ୍ ରହିଛି । ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୯.୯୫ କୋଟି ପରୀକ୍ଷା କରାଯାଇଛି ।