ଭୁବନେଶ୍ବର: ଆସନ୍ତାକାଲିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଆଇଏଫ୍ଏସ୍ ଅଫିସର୍ ଅଭୟକାନ୍ତ ପାଠକ। ଅଭୟ ପାଠକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଭିଜିଲାନ୍ସ ଏସ୍ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ସେହି ଆବେଦନକୁ ବିଚାର କରି ଅଭୟ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ। ଆସନ୍ତାକାଲିଠାରୁ ସେ ୩ ଦିନିଆ ରିମାଣ୍ଡରେ ଯିବେ ବୋଲି ସୂଚନା ରହିଛି। ଅଭୟଙ୍କୁ ରିମାଣ୍ଡରେ ନେଇ ଏସ୍ଆଇଟି ଆୟ ବର୍ହିଭୂତ ସଂପତ୍ତି ନେଇ ଅଧିକ ପଚରାଉଚରା କରିବ। ଏପଟେ ଅଭୟ ପାଠକଙ୍କ ଘରୁ ସିସିଟିଭି ଫୁଟେଜ୍ ଜବତ ହୋଇଛି। କିଏ କିଏ ତାଙ୍କ ଘରକୁ ଯାଇଥିଲେ ସେ ନେଇ ଛାନ୍ଭିନ୍ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଜେଲ୍ରେ ଥିବା ବାପ-ପୁଅ ଅଭୟକାନ୍ତ ପାଠକ ଓ ଆକାଶଙ୍କୁ ରିମାଣ୍ଡରେ ଆଣିବାକୁ କମିସନରେଟ୍ ପୁଲିସ ଯୋଜନା କରୁଥିବା ଜାଣିବାକୁ ମିଳିଥିଲା। ଉଭୟ ବାପ-ପୁଅ ଚାର୍ଟାଡ ଫ୍ଲାଇଟ୍ରେ ଯିବାଆସିବା କରି ମଉଜ କରିଥିଲେ ମଧ୍ୟ ଟ୍ରାଭେଲ୍ସ ସଂସ୍ଥାକୁ ଆକାଶ ୬୫ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ହେବା ପରେ ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା ଓ ତାଙ୍କୁ ରିମାଣ୍ଡରେ ନେବା ଲାଗି ଆବେଦନ କରିପାରେ।
Sign in
Sign in
Recover your password.
A password will be e-mailed to you.