ରାତି ୧୦ଟା ପରେ ଡିଜେ, ବାଣ ଫୁଟା ମନା

168

ଭୁବନେଶ୍ୱର : ରାତି ୧୦ ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟେଇବା ମନା । ଏହି ନିୟମକୁ ଅମାନ୍ୟ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଘଟଣା ଦେଖିଲେ ୧୧୨କୁ କଲ କରି ଜଣାଇବାକୁ କହିଛନ୍ତି ଭୁବନେଶ୍ୱର ଡିସିପି । ନିୟମ ଉଲ୍ଲଘଂନ ନଜରକୁ ଆସିଲେ କିମ୍ବା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀରେ ବାହାଘର ଓ ଅନ୍ୟାନ୍ୟ ଉତ୍ସବ ପାଇଁ କଟକଣା ଲାଗିଥିଲା । କରୋନା ସ୍ଥିତିରେ ସୁଧାର ଆସିବା ପରେ ସାମାଜିକ କାର୍ଯ୍ୟକ୍ରମ, ବିଶେଷ କରି ବିବାହ ଉତ୍ସବରେ ବରଯାତ୍ରୀଙ୍କ ପ୍ରସେସନକୁ ପାଇଁ ଅନୁମତି ମିଳିଛି । ହେଲେ ରାତି ୧୦ଟା ପରେ କେହି ଡିଜେ ବଜାଇ ପାରିବେ ନାହିଁ କି ବାଣ ଫୁଟାଇ ପାରିବେ ନାହିଁ ବୋଲି ନିୟମ ରହିଛି । କିଛି ସ୍ଥାନରେ ଏହି ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଅଭିଯୋଗ ଆସିବା ପରେ କଠୋର ଆଭିମୁଖ୍ୟ ଦେଖାଇଛି କମିଶନରେଟ ପୋଲିସ ।

Leave A Reply

Your email address will not be published.