ଜେଲରୁ ମୁକୁଳିବା ପରେ ଚୋର ପୁଣି ଭାଙ୍ଗିଲା ମା ଭୈରବୀଙ୍କ ମୂର୍ତ୍ତି

168

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତ ପୁରୁଣାଗୁମ୍ମା ଗ୍ରାମ ନିକଟରେଥିବା ଭୈରବୀଙ୍କ ମନ୍ଦିରରୁ ଗାଦିପୁଟ ଗ୍ରାମର ଗୁରୁ କୋପେ ନାମକ ଜଣେ ଦୁର୍ବୃତ ଏହି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପ୍ରତିମାକୁ ଚୋରି କରି ନେଇ ଯାଉଥିବା ସମୟରେ କେତେ ଜଣ ଲୋକ ଦେଖି ପାଟି କରିଥିଲେ । ଦୁର୍ବୃତ ଜଣକ ମନ୍ଦିର ପରିସରରେ ମା’ଙ୍କ ମୂର୍ତ୍ତିଟିକୁ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା । କିନ୍ତୁ, କିଛି ଯୁବକ ଘେରିଯାଇ ଗୁରୁ କୋପେକୁ କାବୁ କରିବା ସହ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି ।

ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଦୁର୍ବୃତ ମୂର୍ତ୍ତିଟିକୁ ଫିଙ୍ଗିବା ସମୟରେ ପଥର ମୂର୍ତ୍ତିଟି ଦୁଇ ଖଣ୍ଡ ହୋଇଯାଇଛି । ଯାହାକି ଏ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କ ମାନସପଟ୍ଟରେ ଗଭୀର ଆଘାତ ଦେଇଛି ଓ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଉକ୍ତ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ଯାହା ଫଳରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନହୁଏ ।

ପ୍ରକାଶ ଥାଉକି, ଉକ୍ତ ଯୁବକ ଜଣକ ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଭିଆଇ ଜେଲଦଣ୍ଡ ଭୋଗିଥିଲେ ଓ ବର୍ତ୍ତମାନ ଜେଲରୁ ମୁକୁଳିବା ପରେ ପୁନର୍ବାର ଏପରି ଘଟଣା ଘଟାଇଛି । ମିଳିଥିବା ଖବର ମୁତାବକ ମୁଖ୍ୟ ପୂଜକଙ୍କ ସମେତ ଗାଁ ବାସୀଙ୍କ ସହାୟତାରେ ମାଙ୍କ ମୂର୍ତ୍ତିକୁ ଗଙ୍ଗାଜଳ, ଦହି ଓ ଖିରରେ ଧୋଇବା ସହ ପୂଜାପାଠ କରାଯାଇ ମାଁ ଙ୍କୁ ସୁଦ୍ଧିକରଣ କରାଯାଇଛି । ଓର୍କେଲ ଥାନା ଆଇଆଇସି ସୈ।ମେନ୍ଦୁ ଶେଖର ତ୍ରିପାଠୀ ଓ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଘଟଣାସ୍ଥଳକୁ ଯାଇ ଏନେଇ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.