ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରେ ତାଙ୍କର ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

164

ଭୂୁୁବନେଶ୍ୱର : ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରେ ତାଙ୍କର ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସେ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ ।

ଉଲ୍ଲେଖନୀୟ ଯେ ସେ ଓଡିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିଥିଲେ । ପ୍ରଶାନ୍ତ ମହାପାତ୍ର ଓଡିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିଥିଲେ । ନବେ ଦଶକର ରଣଜୀ ଦଳର ସେ ଦକ୍ଷ ଓପନର ଥିବାବେଳେ ଗତ ୯ ତାରିଖରେ ତାଙ୍କ ବାପା ରଘୁନାଥ ମହାପାତ୍ରଙ୍କର ଦେହାନ୍ତ ହୋଇଥିଲା । ପ୍ରଶାନ୍ତଙ୍କ ଭାଇ ତଥା ରଘୁନାଥ ମହାପାତ୍ରଙ୍କ ସାନ ପୁଅ ଯଶୋବନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ଥିବାର ସୂଚନା ମିଳିଛି ।

ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁ ନେଇ ଏମ୍ସ ସୁପରିଟେନଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ କୋଭିଡ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ ।  ଚିକିତ୍ସା ପରେ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ହୋଇଥିଲା ।  ମାତ୍ର ଡାକ୍ତରଙ୍କ ସବୁ ଚେଷ୍ଟା ପରେ ବି ସେ ଆଖି ବୁଜିଦେଇଛନ୍ତି ।

Leave A Reply

Your email address will not be published.