ଭୁବନେଶ୍ୱର : ଜାଲିଆତି ଏବଂ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଆକାଶ ପାଠକଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ । ଏବେ କ୍ରାଇମବ୍ରାଞ୍ଚ ସ୍କାନରେ ଆସିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟର । ପୁଣେରୁ ଭୁବନେଶ୍ୱର ଆଣିବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ ଡେଭିଡଙ୍କୁ ପଚରାଉଚରା କରୁଛି । ଏକ ଅଜ୍ଞାତ ସ୍ଥାନକୁ ନେଇ ତାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି । ଆକାଶଙ୍କ ସହ ଡେଭିଡଙ୍କ କେବେଠୁ ସମ୍ପର୍କ ରହିଛି ଏବଂ ଆକାଶଙ୍କ ଟଙ୍କା କାରବାର, ଯାତାୟତ ଏବଂ ଟାଟା କମ୍ପାନୀରେ ଚାକିରି କରାଇବା ପ୍ରସଙ୍ଗକୁ ନେଇ ତଦନ୍ତକାରୀ ସଂସ୍ଥା ଖୋଲତାଡ ଜାରି ରଖିଛି । ବିଭିନ୍ନ ସମୟରେ ଡେଭିଡ଼ ଆକାଶଙ୍କ ସହ ରହୁଥିଲା । ତେଣୁ ଆକାଶଙ୍କ କାରବାର ସମ୍ପର୍କରେ ଡେଭିଡଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ତଦନ୍ତ ଅଧିକାରୀ ଭିଜିଲାନ୍ସ ଡିଏସ୍ପି ହରିଶଙ୍କର ପତି କହିଛନ୍ତି, ଆକାଶ ପାଠକ ଟାଟାରେ ଚାକିରି କରୁନି। ସବୁ ଫେକ୍। ତାଙ୍କୁ ଆଉ ରିମାଣ୍ଡରେ ନେବାର ନାହିଁ। ଅନେକ ପ୍ରମାଣ ମିଳିସାରିଛି। ଓଡ଼ିଶା ବାହାରେ ବି ଟିମ୍ ତଦନ୍ତ ଜାରି ରଖିଛି। ସୂଚନା ଯୋଗ୍ୟ ଯେ, ତିନି ଦିନିଆ ରିମାଣ୍ଡରେ ନେଇ ବାପା ଆଇଏଫଏସ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଅଧିକାରୀ ପଚରାଉଚରା କରିଥିବା ବେଳେ କୋଟି କୋଟି ଟଙ୍କା ଓ ବେନାମୀ ସମ୍ପତ୍ତି ସଂପର୍କରେ ତଥ୍ୟ ପାଇଥିବା ସୂଚନା ମିଳିଛି। ଅଭୟକାନ୍ତଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଆହୁରି ଖୋଳତାଡ଼ ଜାରି ରଖିଛି। ସୂଚନାଯୋଗ୍ୟ, ପାଠକ ବାପ-ପୁଅଙ୍କର ଭିଜିଲାନ୍ସ ରିମାଣ୍ଡ ଅବଧି ଆଜି ଶେଷ ହେବା ପରେ ସେମାନଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.