ପିପିଲି ଉପ-ନିର୍ବାଚନ ପୂର୍ବରୁ ସର୍ବଦଳୀୟ ବୈଠକ

154

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ପରିପ୍ରେକ୍ଷିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଶୁକ୍ରବାର ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ସର୍ବଦଳୀୟ ବୈଠକ କରିଥିଲେ ।

ବୈଠକରେ ଶ୍ରୀ ଲୋହାନୀ କହିଥିଲେ ଯେ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମ୍ପୃକ୍ତ ରାଜନୈତିକ ଦଳ ମାନେ ନିର୍ବାଚନ ଖର୍ଚ୍ଚ ସଂପର୍କରେ ଏକ ରେଜିଷ୍ଟରରେ ଉଲ୍ଲେଖ କରିବେ । ନିର୍ବାଚନ ପାଇଁ ଜଣେ ପ୍ରାର୍ଥୀ ସର୍ବାଧିକ ୩୦ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

ଉପନିର୍ବାଚନ ସମୟରେ କୋଭିଡ-୧୯ ପାଇଁ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ କୁକଡାକଡି ପାଳନ କରାଯିବ । ମାସ୍କ, ସାନିଟାଇଜର, ସ୍କାନିଂ ଇତ୍ୟାଦିକୁ ନିର୍ବାଚନ ସମୟରେ ବାଧ୍ୟତା ମୂଳକ କରାଯିବ । ଅପରାଧ ପ୍ରବଣ ପୃଷ୍ଠ ଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନପ୍ରର ଅଂଶ ଗ୍ରହଣ କରୁ ଥିଲେ ସେମାନେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଅତିକମରେ ତିନି ଥର ପ୍ରସମାନଙ୍କ ଅପରାଧ ପୃଷ୍ଠଭୂମି ସଂପର୍କରେ ପ୍ରଚାର ପ୍ରଚାର କରିବେ ବୋଲି ସେ କହିଥିଲେ ।

Leave A Reply

Your email address will not be published.