-ଏମ୍ସର ୯ମ ସ୍ଥାପନା ଦିବସ ଆଜି
ଭୁବନେଶ୍ୱର : ଭୁବନେଶ୍ୱର ୧୫ ଜୁଲାଇ ୨୦୨୧ ରେ ଆଭାସି ଜରିଆରେ ନବମ ସ୍ଥାପନ ଦିବସ ପାଳନ ହେବ । ଏହି ଅବସରରେ ଆଜି ଏମ୍ସରେ ଇକମୋ ମେସିନ ହେବ ଉଦଘାଟନ ହେବ ।
ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କରକମଳରେ ଅନୁଷ୍ଠାନର ମୂଳଦୁଆ ସ୍ଥାପନା କରାଯାଇଥିଲା । ଏହି ଉତ୍ସବରେ ଭାରତର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡ।. ରେଣୁ ସ୍ୱରୂପ ମୁଖ୍ୟ ଅତିଥି ଭାବରେ ରୂପରେ ଯୋଗଦାନ କରିବେ । ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରଫେସର (ଡ।) ସୁବ୍ରତ କୁମାର ଆଚାର୍ଯ୍ୟ, ଶ୍ରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପମାଲ୍ୟ ଅର୍ପଣ କରିବେ । ନିର୍ଦ୍ଦେଶକ ପ୍ରଫେସର (ଡ।) ଗୀତାଞ୍ଜଳି ପଦ୍ମନାଭନଙ୍କ ଆଭାସି ଜରିଆରେ ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାସହିତ ଅନୁଷ୍ଠାନର ବିଭିନ୍ନ ଉନ୍ନତିମୂଳକ ସନ୍ଧର୍ଭରେ, ଯଥା ପାଠ୍ୟକ୍ରମ ଉପରେ ଡିନ୍ (ଏକାଡେମିକ୍) ଡକ୍ଟର ଦେବାଶିଷ ହୋତା, ଅନୁସନ୍ଧାନ ଉପରେ ଡିନ୍ (ରିସର୍ଚ୍ଚ) ଡକ୍ଟର ବିନୋଦ କୁମାର ପାତ୍ର ଏବଂ ପରୀକ୍ଷା କାର୍ଯ୍ୟକ୍ରମ ଉପରେ ଡିନ୍ (ପରୀକ୍ଷା) ଡକ୍ଟର ମନୋଜ କୁମାର ମହାନ୍ତିଙ୍କ ଦ୍ୱାରା ବିଭିନ୍ନ ସଫଳତାକୁ ଉପସ୍ଥାପନା କରିବେ ।

ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର (ଡ।) ସଚ୍ଚିଦାନନ୍ଦ ମହାନ୍ତି ବର୍ତ୍ତମାନର COVID ପରିଚାଳନାରେ ଅନୁଷ୍ଠାନର ଅବଦାନ ସହିତ ଆସନ୍ତା କାଲି ସକାଳେ ବହୁ ପ୍ରତିକ୍ଷୀତ ECMO ମେସିନ୍ରର ଉଦଘାଟନ ଏବଂ ପେଡିଆଟ୍ରିକ୍ ବ୍ରୋଙ୍କୋସ୍କୋପି ମେସିନ୍, ପେଟ-ସିଟି ସ୍କାନ୍ ମେସିନ୍, ଲିଥୋଟ୍ରିପ୍ସୀ, DEXA ସ୍କାନ୍, ଇତ୍ୟାଦି ସୁବିଧାିର ଆରମ୍ଭ ବିଷୟରେ ସବିଶେଷ ବିବରଣୀ ଉପସ୍ଥାପନା କରିବେ ।
ପରିଚାଳନାି, ସଫାଇ ଏବଂ ଲୋକଙ୍କ ମତାମତ ଉପରେ ଆଧାରିତ ବିଭିନ୍ନ କମିଟି ଦ୍ଵାରା ଚୟନ କରାଯାଇଥିବା ଶ୍ରେଷ୍ଠ ଆଉଟ୍ୋ ର, ୱାର୍ଡ ଓ ଆଇ ସି ୟୁ ମାନଙ୍କୁ ପୁରସ୍କୃତ କରାଯିବ ।
ଉପ ନିର୍ଦ୍ଦେଶକ (ପ୍ରଶାସନ) ଶ୍ରୀ ପ୍ରଦୀପ କୁମାର ରାୟ ଧନ୍ୟବାଦ ଅର୍ପଣ ସହିତ ସଭା ସମାପ୍ତ ହେବ ।