ପୁଣି ଭାରତ ଓ ବ୍ରିଟେନ ମଧ୍ୟରେ ଉଡ଼ିବ ବିମାନ
ନୂଆଦିଲ୍ଲୀ: ଜାନୁଆରି ୮ରୁ ସର୍ତ୍ତମୂଳକ ଭାବରେ ଭାରତରୁ ବ୍ରିଟେନକୁ ଚଳାଚଳ କରିବ ବିମାନ। ଇଂଲଣ୍ଡ୍ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ୟ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ । ଏହି ପ୍ରତିବନ୍ଧକ ଡିସେମ୍ବର ୨୨ତାରିଖ ରାତି ୧୧ଟା ୫୯ମିନିଟରୁ ଲାଗୁ ହୋଇ ଡିସେମ୍ବର ୩୧ ରାତି ୧୧ଟା୫୯ ମିନିଟ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଥିଲା । ୟୁକେ ଓ ଭାରତ ମଧ୍ୟରେ ପୁଣିଥରେ ବିମାନ ଚଳାଚଳ ନେଇ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ଜାନୁଆରୀ ୮ରୁ ୨୩ ମଧ୍ୟରେ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦକୁ ସପ୍ତାହରେ ମାତ୍ର ୧୫ଟି ବିମାନ ଉଡ଼ିବ । କିନ୍ତୁ ପରେ ପରିସ୍ଥିତିକୁ ଦେଖି ପ୍ରତିବନ୍ଧକ ଅବଧି ଆଗକୁ ବଢ଼ାଇ ଦିଆଯାଇପାରେ ବୋଲି ସେ କହିଛନ୍ତି ।