ଭୁବନେଶ୍ବର: ରାଜ୍ୟରେ ୨୯ ତାରିଖରେ ପୁଣି ଏକ ପଶ୍ଚିମା ଝଡ଼ ସମ୍ଭାବନା ରହିଛି। ୩୦ରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ଏବଂ ୩୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୩୧ ତାରିଖ ବର୍ଷା ପାଇଁ ଉପକୂଳ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଚାଷୀ ମାନଙ୍କ ସତର୍କ କରାଇଛି ପାଣିପାଗ ବିଭାଗ। ତେବେ ଗତ ୨୪ ଘଣ୍ଟାରେ ଯାଜପୁର କୋରେଇରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବର୍ତ୍ତମାନ ସ୍ଥିତିରେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୧୩ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ତେବେ ଆସନ୍ତା ୫ ଦିନ ଯାଏଁ ଦିନରେ ତାତି ରହିବା ସହ ଅପରାହ୍ନରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
Sign in
Sign in
Recover your password.
A password will be e-mailed to you.