ଅପରାଜିତା ସର୍ବଶ୍ରେଷ୍ଠ ସାଂସଦ

199

ଭୁବନେଶ୍ୱର: ୨୦୨୦ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବେଷ୍ଟ ପାର୍ଲାମେଣ୍ଟାରିଆନ ଏସିଆ ପୋଷ୍ଟ ଓ ଫେମ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ସର୍ଭେ ପରେ ଏହି ଘୋଷଣା ହୋଇଛି । ଏହାପରେ ଅପରାଜିତା ଷଡଙ୍ଗୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରେଷ୍ଠ ସାଂସଦ ମନୋନୀତ ହେବା ପରେ ଟ୍ୱିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା । ସେ କହିଛନ୍ତି ଲୋକଙ୍କ ପାଇଁ ଗତବର୍ଷ ସେ କରିଥିବା କାମର ଏହା ପୁରସ୍କାର, ଯାହାକି ତାଙ୍କୁ ଅନେକ କିଛି ଶିଖାଇବ । ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.