ପିଆର୍ ହାଇସ୍କୁଲର ଛାତ୍ର ମାନଙ୍କୁ ଖାଉଟି ସଚେତନତା ଉପରେ ତାଲିମ୍

162

ବଲାଙ୍ଗିର : ଖାଉଟି ପକ୍ଷ ପାଳନ ଅବସରରେ ଆଜି ପୃଥ୍ବୀରାଜ ହାଇସ୍କୁଲ (ପିଆର୍ ହାଇସ୍କୁଲ) ଛାତ୍ରମାନଙ୍କୁ ଖାଉଟି ସଚେତନତା ଉପରେ ତାଲିମ୍ ଦିଆଯାଇଥିଲା । ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଶଶିଭୂଷଣ ପୁରୋହିତ ଉପସ୍ଥିତ ଶିକ୍ଷକ ଓ ଛାତ୍ରମାନଙ୍କୁ ଆଇନରେ ଖାଉଟି ମାନଙ୍କର ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ୨୦୨୦ ନୂତନ ପରିବର୍ଦ୍ଧିତ ଆଇନରେ ଖାଉଟି ବିନା ଖର୍ଚ୍ଚ କରି ବିନା ଓକିଲ ସହାୟତାରେ ନିଜର ହକ୍ କ୍ଷତିପୂରଣ ପାଇପାରିବେ ତାହା କହିଥିଲେ ।

ରାଜ୍ୟ ପ୍ରଚାର ପ୍ରସାର ପ୍ରମୁଖ ଇଂ. କିଶୋର ମୋହନ ମିଶ୍ର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର କାର୍ଯ୍ୟଶୈଳୀ ବିଷୟରେ କହିବା ସହ ସଭ୍ୟମାନେ ଜିଲ୍ଲା ଓ ସମାଜ ଉନ୍ନତିକରଣ ଦିଗରେ କିପରି ସହାୟକ ହୋଇପାରିଛନ୍ତି ତାର ବିବରଣୀ ଦେଇଥିଲେ । ଘର ପରିବାର ଖାଉଟୀ କାମରେ ସଚେତନତାର କାହିଁକି ଆବଶ୍ୟକତା ରହିଛି ତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଶ୍ରୀ ଶତପଥୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠି ତାଙ୍କର ବକ୍ତବ୍ୟରେ, ଖାଉଟି ସଚେତନତା ରହିଲେ ଆମେ ଦୈନନ୍ଦିନ ଜୀବନରେ ସୁରକ୍ଷିତ ରହିପାରିବା ଏହି ଦିଗରେ କାମ କରୁଥିବା ପଞ୍ଚାୟତର ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଉପାଦେୟ ବୋଲି କହିଥିଲେ ।

ଶିକ୍ଷକ ରାମଗୋପାଲ ଖମାରି ଶର୍ମା ସ୍ଵାଗତ ଭାଷଣରେ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ଛାତ୍ର ସୋମନାଥ ମହାନା କାର୍ଯ୍ୟକ୍ରମ ମାଧ୍ୟମରେ କିପରି ସଚେତନ ହେଲେ ତାହା କହିଥିଲେ । ସ୍ଵାମୀ ବିବେକାନନ୍ଦ ଓ ଭାରତ ମାତାଙ୍କ ପୂଜନ ଓଁକାର ଧ୍ୱନିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନେ ଯୋଗଦେଇ ଥିଲେ ।

Leave A Reply

Your email address will not be published.