ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଉଛି ବାଲ୍ ଆଧାର । ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବ । ଆଧାର ସଂଯୋଗ ଦ୍ୱାରା ସରକାରୀ ସେବା ପାଇବା ସହଜ ହେବ । ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ ଆଧାର ପ୍ରାପ୍ତ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର ।
ଆଧାର ପଞ୍ଜିକରଣ ପାଇଁ ମା’ ଓ ବାପାଙ୍କର କୌଣସି ଜଣଙ୍କ ଆଧାର ନମ୍ବର ଥିବା ଜରୁରୀ । ୫ବର୍ଷ ପର୍ଯ୍ୟନ୍ତ ଶିଶୁର ବାୟୋମେଟ୍ରିକ ଅନିବାର୍ଯ୍ୟ ନୁହେଁ । ଶିଶୁ ଜନ୍ମର ୨୧ଦିନ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ ନିଃଶୁକ୍ଳ । ଆଧାର କାର୍ଡ ପଞ୍ଜିକରଣ ସର୍ବଦା ନିଃଶୁକ୍ଳ ଅଟେ । ତୁରନ୍ତ ଶିଶୁଙ୍କ ଜନ୍ମ ପଞ୍ଜିକରଣ କରି ଏହି ସୁବିଧା ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବ ଏନେଇ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପଡେଟ କରିବାକୁ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଶୁଭାରମ୍ଭ କରିଛନ୍ତି ।