ଦିଗପହଣ୍ଡିର ୩ଟି ରାଜସ୍ୱ ଗ୍ରାମରେ ସେଟଲମେଂଟ କାର୍ଯ୍ୟ ଆରମ୍ଭ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

170

ଭୁବନେଶ୍ୱର : ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କର ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଅନ୍ତର୍ଗତ ଆଙ୍କରୋଡା, ବଡଡୁମୁଳା ଏବଂ ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ଆମ୍ୱଗାଁ ଗ୍ରାମରେ ବନ୍ଦୋବସ୍ତ କାର୍ଯ୍ୟ ଆରମ୍ଭ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ସମ୍ପୃକ୍ତ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସମ୍ପୃକ୍ତ ତିନୋଟି ରାଜସ୍ୱ ଗ୍ରାମରେ ବନ୍ଦୋବସ୍ତ କାର୍ଯ୍ୟ ହୋଇନଥିବା ଦୃଷ୍ଟିରୁ ସାଧାରଣ ଜନତା ଏବଂ କୃଷକ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ରହ୍ମପୁର ସ୍ଥିତ ସେଟଲମେଂଟ ଅଫିସର ଆବଶ୍ୟକ ହେଉଥିବା କର୍ମଚାରୀ ନିୟୋଜନ ନିମନ୍ତେ ରାଜସ୍ୱ ବିଭାଗକୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ହେଉଥିବା ଦୁଇଜଣ ସହକାରୀ ବନ୍ଦୋବସ୍ତ ଅଧିକାରୀ, ୩୦ ଜଣ ଅମିନ, ୨ ଜଣ ନିରୀକ୍ଷକ ଏବଂ ୨୦ ଜଣ ଚେନମ୍ୟାନଙ୍କୁ ରାଜସ୍ୱ ବିଭାଗ ତରଫରୁ ତୁରନ୍ତ ନିୟୋଜନ କରିବା ପାଇଁ ସେଟଲମେଂଟ ଅଫିସର ତାଙ୍କ ପତ୍ରରେ ନିର୍ଦେଦଶକ ଲ୍ୟାଣ୍ଡ ରେକଡ୍ସଙ୍କୁ ଅନୁରୋଧ କରିଛନ୍ତି । ଏ ସଂକ୍ରାନ୍ତରେ ରାଜସ୍ୱ ପର୍ଷଦ ସଭ୍ୟଙ୍କୁ ମଧ୍ୟ ପତ୍ର ସଂଖ୍ୟା – ୧୦୬୧, ତା.୨୭.୧୦.୨୦୨୧ରିଖରେ ଅବଗତ କରାଯାଇଛି । ଠିକ୍ ସେହିପରି ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଉକ୍ତ ତିନିଗୋଟି ରାଜସ୍ୱ ଗ୍ରାମରେ ବହୁ ବର୍ଷ ହେଲା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ବାଚସ୍ପତି ରାଜସ୍ୱ କର୍ତୃପକ୍ଷଙ୍କୁ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.